Advertisment

ଘରେ ଗର୍ଭବତୀ ପତ୍ନୀ, ସ୍ୱାମୀଙ୍କ ଉପରେ ଚଢ଼ିଗଲା ଗାଡ଼ି

ପତ୍ନୀ ଥିଲେ ୯ ମାସର ଗର୍ଭବତୀ। ଖୁବ୍‌ ଶୀଘ୍ର ପୂରି ଉଠିଥାନ୍ତା ଘର, ଆସିଥାନ୍ତା ନୂଆ ଅତିଥି। ମାତ୍ର ପିଲାଟି ଜନ୍ମ ହେବା ପୂର୍ବରୁ ହୋଇଗଲା ବାପ ଛେଉଣ୍ଡା।

ଅଦ୍ୟତନ ହୋଇଛି
Accident

Accident

Advertisment

ପତ୍ନୀ ଥିଲେ ୯ ମାସର ଗର୍ଭବତୀ। ଖୁବ୍‌ ଶୀଘ୍ର ପୂରି ଉଠିଥାନ୍ତା ଘର, ଆସିଥାନ୍ତା ନୂଆ ଅତିଥି। ମାତ୍ର ପିଲାଟି ଜନ୍ମ ହେବା ପୂର୍ବରୁ ହୋଇଗଲା ବାପ ଛେଉଣ୍ଡା। ଏକ ଦୁର୍ଘଟଣାରେ ଆଖି ବୁଜିଲେ ଯୁବକ । ଏପରି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ତୋଟାଗାଁରେ ଘଟିଛି। ମୃତକ ହେଲେ ଟୁନା ବାରିକ ।

Advertisment

ତୋଟାଗାଁରେ ରାସ୍ତା କାମ ଚାଲିଥିବା ବେଳେ ମିକ୍ସସର ମେସିନ ଗାଡ଼ି କାମ କରୁଛି। ଗତ ରାତିରେ ଟୁନା ବାରିକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ମିକ୍ସସର ମେସିନ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା। ସେଚକା ତଳେ ଚାପି ହୋଇ ଯାଇଥିବା ବେଳେ ଗାଡ଼ିଟି ତାଙ୍କୁ ବହୁ ଦୂର ପର୍ଯ୍ୟନ୍ ଘୋଷାଡ଼ି ନେଇଥିଲା।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଟୁନା ବାରିକ ବର୍ଷା ପୂର୍ବେ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ଅଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ବେସହାରା ହୋଇଯାଇଥିବାରୁ ତାଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଗାଁ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଟୁନାଙ୍କ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଖଲ୍ଲିକୋଟ-ତୋଟାଗାଁ ମୁଖ୍ୟ ରାସ୍ତା ଗତ ରାତିରେ ଅବରୋଧ କରିଥିଲେ। ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ପହଞ୍ଚି ବୁଝାଶୁଝା କରିବା ପରେ ବି ପରିସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ପ୍ରତ୍ୟାହୃତ ହୋଇ ନ ଥିବା ଜଣାଯାଇଛି। 

Ganjam Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe