Advertisment

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ନେଲା ଜୀବନ

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Hospital

Hospital

Advertisment

ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହେମାମୁରା ଗାଁ ନିକଟ ଜଙ୍ଗଲରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଦର୍ଶନ ସେଠୀ।

Advertisment

ହେମାମୁରା ଗାଁ ଜଙ୍ଗଲ ନିକଟରେ ସୁଦର୍ଶନଙ୍କ ଚାଷ ଜମି ରହିଛି। ଗତକାଲି ରାତିରେ ସୁଦର୍ଶନ ଚାଷ ଜମିକୁ ଯାଇଥିଲେ। ସେହି ରାସ୍ତା଼ରେ ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସା ଯାଇଥିଲା। ଅନ୍ଧାର ହୋଇଥିବାରୁ ସୁଦର୍ଶନଙ୍କୁ ଦେଖାଯାଇନଥିଲା। ସେ ବିଦ୍ୟୁତ ଚାର୍ଜିତ ଫାଶରେ ସଂସ୍ପର୍ଶରେ ଆସି ଯାଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe