ସମ୍ପର୍କୀୟଙ୍କ ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇଥିବା ଜଣେ ବ୍ୟକ୍ତି ନିଜେ ପାଲଟିଗଲେ ଶବ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ରଇନୁ ନାୟକ (୪୦)।
ଝରିଗାଁ ଅଞ୍ଚଳର ସୁଲୋଚନା ନାୟକ ନାମକ ଜଣେ ବୃଦ୍ଧାଙ୍କର ଆଜି ପରଲୋକ ହୋଇଥିଲା। ତାଙ୍କ ଶବ ସତ୍କାର କରିବାକୁ ଦିନ ପ୍ରାୟ ୧୧ଟା ବେଳେ ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ିଶା ଲୋକେ ଶ୍ମଶାନରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ରଇନୁ ମଧ୍ୟ ଥିଲେ।
Also Read
ସୁଲୋଚନାଙ୍କ ଶବ ସତ୍କାର ପାଇଁ ଶ୍ମଶାନରେ ପ୍ରସ୍ତୁତି ଚାଲିଥିବା ବେଳେ ରଇନୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରଇନୁଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି। ରଇନୁ କୁଲି ମଜୁରୀ କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ରଇନୁଙ୍କ ପତ୍ନୀ ଓ ଏକ ୬ ବର୍ଷର ପୁଅ ଅଛନ୍ତି।
ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଏକାଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତି; ୨ ମୃତ, ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
Accident
ରଙ୍ଗ୍-ରୁଟରେ ଆସୁଥିବା କାରକୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ଦୃର୍ଘଟଣା ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ।
Accident
ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ; ସବୁ ଜଳି ଛାରଖାର
ସର୍ଟ ସର୍କିଟ ଯୋଗୁ ବ୍ୟାଙ୍କରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Accident
ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା
ଗତକାଲି ଅପରାହ୍ନ ସମୟରେ ଏମ ଆରାଲୁ ପାତ୍ର ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଆଉ ଘର କୁ ଫେରି ନଥିଲେ ।