Advertisment

ଶବ ସତ୍କାର କରିବାକୁ ଯାଇ ନିଜେ ପାଲଟି ଗଲେ ଶବ

ସୁଲୋଚନାଙ୍କ ଶବ ସତ୍କାର ପାଇଁ ଶ୍ମଶାନରେ ପ୍ରସ୍ତୁତି ଚାଲିଥିବା ବେଳେ ରଇନୁ ତଳେ ପଡ଼ିଯାଇଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ସମ୍ପର୍କୀୟଙ୍କ ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇଥିବା ଜଣେ ବ୍ୟକ୍ତି ନିଜେ ପାଲଟିଗଲେ ଶବ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ରଇନୁ ନାୟକ (୪୦)।

Advertisment

ଝରିଗାଁ ଅଞ୍ଚଳର ସୁଲୋଚନା ନାୟକ ନାମକ ଜଣେ ବୃଦ୍ଧାଙ୍କର ଆଜି ପରଲୋକ ହୋଇଥିଲା। ତାଙ୍କ ଶବ ସତ୍କାର କରିବାକୁ ଦିନ ପ୍ରାୟ ୧୧ଟା ବେଳେ ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ିଶା ଲୋକେ ଶ୍ମଶାନରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ରଇନୁ ମଧ୍ୟ ଥିଲେ।

ସୁଲୋଚନାଙ୍କ ଶବ ସତ୍କାର ପାଇଁ ଶ୍ମଶାନରେ ପ୍ରସ୍ତୁତି ଚାଲିଥିବା ବେଳେ ରଇନୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ରଇନୁଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି। ରଇନୁ କୁଲି ମଜୁରୀ କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ରଇନୁଙ୍କ ପତ୍ନୀ ଓ ଏକ ୬ ବର୍ଷର ପୁଅ ଅଛନ୍ତି।

ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe