Advertisment

ଶ୍ରୀମନ୍ଦିରରେ ଅଣନିଃଶ୍ୱାସୀ ହୋଇଗଲେ ଭକ୍ତ, ଡାକ୍ତରଖାନାରେ ମୃତ ଘୋଷଣା

ମୃତ ବ୍ୟକ୍ତି ଜଣଙ୍କ ଉତ୍ତର ପ୍ରଦେଶରୁ ଆସିଥିଲେ।

author-image
Jitendra Garnayak
Dead Body

Dead Body

ପୁରୀ ଶ୍ରୀମନ୍ଦିର ଭିତରେ ଆଜି ଜଣେ ଭକ୍ତ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ରାଜେନ୍ଦ୍ର ସାହାରିଆ (୬୫)। ସେ ଉତ୍ତର ପ୍ରଦେଶର ବାସିନ୍ଦା ଥିଲେ। ପରିବାର ଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିଲେ। ରାଜେନ୍ଦ୍ରଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ଯୋଗୁଁ ରାଜେନ୍ଦ୍ର ସାହାରିଆ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍ ମାରିବାରୁ ଏଭଳି ଅଘଟଣ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Puri Shreemandir Puri