/odisha-reporter/media/post_attachments/uploadimage/library/16_9/16_9_0/Victim_1693733339.jpg)
Victim
ନଦୀରେ ବୁଡ଼ି ଯାଉଥିବା ବଡ଼ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଲେ ସାନ ଭାଇ। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀର ଦେବୀଦ୍ୱାର ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଆକାଶ ରାଉତରାୟ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ।
Advertisment
ଗତକାଲି ଆକାଶ, ତାଙ୍କ ବଡ଼ ଭାଇ ଓ ଆଉ କିଛି ଯୁବକ ଦେବୀଦ୍ୱାରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଆକାଶଙ୍କ ବଡ଼ ଭାଇ ନଦୀକୁ ଗାଧୋଇବାକୁ ଯାଇଥିଲେ।
ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ ଆକାଶଙ୍କ ଭାଇ। ଏହା ଦେଖି ଆକାଶ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ତାଙ୍କୁ ବଞ୍ଚାଇବା ପାଇଁ। ହେଲେ ଆକାଶଙ୍କ ଭାଇ ନିଜେ ପହଁରି କୂଳକୁ ପଳାଇ ଆସିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଆକାଶ ନିଖୋଜ ହୋଇଯାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହକୁ ନଦୀପଠାରୁ ଉଦ୍ଧାର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
