Advertisment

ନାଳରେ ବୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର କର୍ଡ଼ାପାଲ ଗାଁରେ ଘଟିଛି ଏହି ଘଟଣା।

author-image
Jitendra Garnayak
Dead Body

Dead Body

ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର କର୍ଡ଼ାପାଲ ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ଉଦ୍ଧବ ପଧାନ (୭୦)। ଗୁରୁତର ଥିବା ତାଙ୍କ ପତ୍ନୀଙ୍କ ନାଁ ମାଳତି ପଧାନ (୬୫)।

ଉଦ୍ଧବ ଓ ତାଙ୍କ ପତ୍ନୀ କର୍ଡ଼ାପାଲ ସ୍ଥିତ ସେମାନଙ୍କ ଝିଅ-ଜ୍ୱାଇଁଙ୍କ ଘରକୁ ଆସିଥିଲେ। ଆଜି ଗାଁ ପାଖ ପାଣିଖିଆ ନାଳକୁ ଗାଧୋଇବାଜୁ ଯାଇଥିବାବେଳେ ଘଟିଥିଲା ଏହି ଅଘଟଣ।

Advertisment

ନାଳରେ ଗାଧୋଉ ଥିବାବେଳେ ହଠାତ୍ ଉଦ୍ଧବଙ୍କ ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପତ୍ନୀ ମାଳତି ବି ବୁଡ଼ି ଯାଇଥିଲେଣି। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୀରମହାରାଜପୁର ପୁଲିସ ଘଟଣାର ତଦନ୍ତ କରୁଛି।

Drowning Drowning Death