Advertisment

ଡାକ୍ତରଖାନାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ଏହି ଘଟଣା ଘଟିବା ବେଳେ ଡାକ୍ତରଖାନା ପରିସରରେ ଠିକା ସଂସ୍ଥାର କର୍ମଚାରୀ ବି ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

Dead Body

Dead Body

Advertisment

ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରେନ୍‌ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ସେକ୍ ମୈଦ୍ଦୁନ। ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ।

Advertisment

ଯାଜପୁର ରୋଡ୍‌ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଠିକା ସଂସ୍ଥା ଦ୍ୱାରା ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ସକାଳେ ମଧ୍ୟ କାମ ଚାଲିଥିଲା। ବର୍ଷା ଯୋଗୁଁ ଡ୍ରେନ୍ ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ପାଣି ଜମି ରହିଥିବାରୁ ତାକୁ ନିଷ୍କାସନ କରିବାକୁ ଏକ ମଟର ବ୍ୟବହାର କରାଯାଇଥିଲା।

ସେକ୍ ମୈଦ୍ଦୁନ ଉକ୍ତ ମଟରରେ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ସମସ୍ତ ପ୍ରକାର ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଘଟଣା ବେଳେ ଠିକା ସଂସ୍ଥାର କର୍ମଚାରୀ ବି ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ତେବେ ଶ୍ରମିକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କାହିଁକି ଗ୍ରହଣ କରାଯାଇ ନଥିଲା, ଏବେ ତାକୁ ନେଇ ପ୍ରଶ୍ନ ଉଠିଛି। 

Electrocuted To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe