Advertisment

ଟ୍ରେଡମିଲ୍‌ରେ ହୋଇଗଲା ବିଦ୍ୟୁତ୍‌ ଚାର୍ଜ; ଦୌଡ଼ୁ ଦୌଡ଼ୁ ଟଳି ପଡ଼ିଲେ ଇଞ୍ଜିନିୟର

ରୋହିଣି ଅଞ୍ଚଳର ସକ୍ଷମ ବି.ଟେକ୍‌ ପାସ୍‌ କରିଥିବା ବେଳେ ଗୁରଗ୍ରାମରେ ଏକ କମ୍ପାନୀରେ ଚାକିରି କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Saksham Pruthi

Saksham Pruthi

ଟ୍ରେଡମିଲ୍‌ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇଗଲା। ଫଳରେ ସେଠାରେ ହିଁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। ଏପରି ଏକ ଅଘଟଣ ନୂଆଦିଲ୍ଲୀର ରୋହିଣି ଅଞ୍ଚଳରେ ଗତ ମଙ୍ଗଳବାର ଘଟିଛି। ମୃତକଜଣକ ୨୪ ବର୍ଷୀୟ ସକ୍ଷମ ପୃଥି ବୋଲି ଜଣାଯାଇଛି।

Advertisment

ରୋହିଣି ଅଞ୍ଚଳର ସକ୍ଷମ ବି.ଟେକ୍‌ ପାସ୍‌ କରିଥିବା ବେଳେ ଗୁରଗ୍ରାମରେ ଏକ କମ୍ପାନୀରେ ଚାକିରି କରିଥିଲେ। ସେ ସବୁଦିନ ଏକ୍ସରସାଇଜ କରିବା ନିମନ୍ତେ ଘର ନିକଟରେ ଥିବା Gymplex Fitness Zone ଜିମ୍‌କୁ ଯାଇଥାନ୍ତି।

ଗତ ମଙ୍ଗଳବାର ସକାଳ ସମୟରେ ସକ୍ଷମ ଜିମ୍‌ରେ ଥିବା ଟ୍ରେଡମିଲ୍‌ରେ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ଚାର୍ଜ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସକ୍ଷମ ପଡ଼ି ଯାଇଥିଲେ।

Advertisment

ଉକ୍ତ ସମୟରେ ଜିମ୍‌ରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୃତକଙ୍କ ପରିବାର ମେଡିକାଲରେ ପହଞ୍ଚିଥିଲେ। ଘରୁ କିଛି ସମୟ ପୂର୍ବରୁ ଜିମ୍‌କୁ ଯାଇଥିବା ପୁଅର ମୃତଦେହ ଦେଖି ବାପାମା’ ନିଜ କୋହ ସମ୍ଭାଳି ପାରି ନ ଥିଲେ।

ପୁଅର ମୃତ୍ୟୁ ପାଇଁ ସେମାନେ ଜିମ୍‌ ମାଲିକଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଥିବା ବେଳେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Delhi Deadbody