Advertisment

ଚିଲିକା ମଝିରେ ଡଙ୍ଗାରୁ ଗଳି ପଡ଼ିଲେ ନାଉରିଆ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲା।

Boat

Boat

Advertisment

ଚିଲିକା ଗଣ୍ଡରେ ଟୁରିଷ୍ଟ ଡଙ୍ଗାରୁ ଗଳି ପଡିଲେ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି। ନାଉରିଆ ଗଳିପଡ଼ିବା ପରେ ଟୁରିଷ୍ଟ୍‌ ଡଙ୍ଗାଟି ଚିଲିକା ଗଣ୍ଡରେ ଦିଗହରା ହୋଇ ଚକ୍କର କାଟୁଥିଲା। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିଲିକା ଗଣ୍ଡରେ ଗଳି ପଡିଥିବା ଟୁରିଷ୍ଟ ଡଙ୍ଗା ଚାଳକଙ୍କ ପତ୍ତା ମିଳିନି। ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

Advertisment

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲା। ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି ମାନସିକ ଭାରସାମ୍ୟ ହରାଇ ଡଙ୍ଗାରୁ ଗଳି ପଡିଛନ୍ତି।

Accident Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe