Advertisment

ହାତୀ ଘଉଡ଼ାଇବାକୁ ଯାଇଥିଲେ, ସକାଳେ ମିଳିଲା ମୃତଦେହ

ହାତୀପଲ ଆସି ଧାନ ଫସଲ କ୍ଷତି କରୁଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ଗତକାଲି ରାତିରେ ଘରୁ ବାହାରି ପଡ଼ିଥିଲେ କାହ୍ନୁ।

Accident

Accident

Advertisment

ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଥାନା ଗେରେଡ଼ା ଅଞ୍ଚଳରେ ହାତୀ ଘଉଡ଼ାଇବା ପାଇଁ ଯାଇ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ କାହ୍ନୁ ଗୌଡ଼।

Advertisment

ରାତି ହେଲେ ହାତୀପଲ ଆସି ଧାନ ଫସଲ କ୍ଷତି କରୁଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ଗତକାଲି ରାତିରେ ଘରୁ ବାହାରି ପଡ଼ିଥିଲେ କାହ୍ନୁ। ରାତିରେ ଗଛ ଉପରେ କରାଯାଇଥିବା ମଞ୍ଚାରେ ସେ ଥିଲେ। କିନ୍ତୁ ଆଜି ସକାଳେ ସେ ଘରକୁ ଫେରି ନଥିଲେ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ ଜଳାଶୟରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସରପଞ୍ଚ ପ୍ରଦୀପ କୁମାର ସେଠୀ ଘଟଣା ସମ୍ପର୍କରେ ତାରସିଙ୍ଗ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Advertisment
Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe