Advertisment

ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ, କାର୍ ଧକ୍କାରେ ଚାଲିଗଲା ତିନି ଭାଇ-ଭଉଣୀଙ୍କ ଜୀବନ

ଗତକାଲି ରାତିରେ ଦୁଇ ଭଉଣୀ ଓ ସେମାନଙ୍କର ଜଣେ ସାଙ୍ଗକୁ ନେଇ ସୁରେନ୍ଦ୍ର ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ।

author-image
Debibandita Barick
Deceased file photo

Deceased file photo

ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା। ବାଇକକୁ କାର୍ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସମ୍ପର୍କରେ ଭାଇ-ଭଉଣୀ ହେବେ। ବିବାହ ଭୋଜିରେ ଯୋଗଦେଇ ଫେରିବା ସମୟରେ ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଦୁଇ ଭଉଣୀ ଓ ସେମାନଙ୍କର ଜଣେ ସାଙ୍ଗକୁ ନେଇ ସୁରେନ୍ଦ୍ର ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ପରୀ ଚୌକ ନିକଟରେ ଏକ କାର୍ ସେମାନଙ୍କ ବାଇକକୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା।

ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ସୁରନ୍ଦ୍ର ଓ ତାଙ୍କର ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବାଇରକରେ ଥିବା ଅନ୍ୟ ଜଣେ ଯୁବତୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି, ତାଙ୍କର ଚିକିତ୍ସା ଚାଲିଛି।   

Advertisment

ପୁଲିସର କହିବା ଅନୁସାରେ, କାରଟି ଦ୍ରୁତ ଗତିରେ ଆସୁଥିବାରୁ ବାଇକକୁ ଧକ୍କା ଦେଇଥିଲା। ଏପର୍ଯ୍ୟନ୍ତ ବାଇକକୁ ଠାବ କରାଯାଇ ପାରିନାହିଁ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। 

Accident Road Accident Delhi Accident