Advertisment

ଶବ ଆଣିବାକୁ ଯାଉଥିଲେ, ପରିବାରର ୩ ଜଣ ଶବ ପାଲଟିଗଲେ

ଏନଏଚ୍‌ ୧୮୬ରେ ଘନ କୁହୁଡ଼ି ଯୋଗୁ ଘଟିଥିବା ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ରହିଛନ୍ତି।

author-image
Hemant Lenka
Accident

Accident

ଗୋଟିଏ ପରିବାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ସାମ୍ନାକୁ ଆସିଛି ମୃତ୍ୟୁର ବିକଳ ଚିତ୍ର। ପରିବାରର ଭେଣ୍ତିଆ ପୁଅର ମୃତଦେହ ଆଣିବାକୁ ଯାଉଥିବା ବେଳେ ୩ ଜଣ ଅଧା ରାସ୍ତାରେ ହିଁ ଶବ ପାଲଟି ଯାଇଛନ୍ତି। ଏବେ ସେହି ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଲଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ଏଠାକାର ଏନଏଚ୍‌ ୧୮୬ରେ ଘନ କୁହୁଡ଼ି ଯୋଗୁ ଘଟିଥିବା ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ରହିଛନ୍ତି।

ପୁଲିସ କହିଛି, ପ୍ରଥମ ଦୁର୍ଘଟଣା ରବିବାର ରାତିରେ ଘନ କୁହୁଡ଼ି ଯୋଗୁ ଭେମପାହାଡ ଠାରେ ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଓ ଆଉ ଜଣେ ପଥଚାରୀଙ୍କ ଜୀବନ ଯାଇଥିଲା।

Advertisment

୨୮ ବର୍ଷୀୟ ନାଗାରାଜୁ ବାଇକରେ ଯାଉଥିବା ବେଳେ ରାସ୍ତାରେ ୧୯ ବର୍ଷୀୟ ରାମାୱତ କେଶବ ଚାଲିଚାଲି ଯାଉଥିଲେ। କୁହୁଡ଼ି ଯୋଗୁ ରାସ୍ତା ଠିକ ଭାବେ ଦେଖାଯାଉ ନଥିଲା। ଏଥିଯୋଗୁ ନାଗାରାଜୁ ଖୁବ ଜୋରରେ ରାସ୍ତାରେ ଚାଲିଚାଲି ଯାଉଥିବା କେଶବଙ୍କୁ ବାଇକ ସହ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

କେଶବଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପରିବାରର ୭ ଜଣ ସଦସ୍ୟ ଗୋଟିଏ ଟାଟା ଏସି ଧରି ଦୁର୍ଘଟଣା ସ୍ଥଳକୁ ବାହାରି ଯାଇଥିଲେ। କିନ୍ତୁ ଅଧା ରାସ୍ତାରେ ସେମାନଙ୍କୁ ସତେ ଯେମିତି ଯମ ଛକି ବସିଥିଲା।

ଘନ କୁହୁଡ଼ି ଯୋଗୁ ପରିବାର ଲୋକ ଆସୁଥିବା ଟାଟା ଏସି ଗାଡ଼ିଟି ପ୍ରଭାତୀପୁରମ ନିକଟରେ ଗୋଟିଏ ତେଲ ବୋଝେଇ ଟ୍ୟାକରକୁ ଖୁବ ଜୋରରେ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଟା ଏସିଟି ପୂରା ଚୂରମାର ହୋଇଯାଇଥିଲା। ସେହିପରି ଗାଡ଼ିରେ ଥିବା ୭ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ମୃତକମାନେ ହେଲେ ୪୦ ବର୍ଷୀୟ ରାମାୱତ ପାଣ୍ଡୁ, ୪୦ ବର୍ଷୀୟ ରାମାୱତ ଜ୍ଞାନ ଓ ୩୮ ବର୍ଷୀୟ ରାମାୱତ ବୁଜି।

ଦୁଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୫ ଜଣଙ୍କ ଘର ମାଲ୍ଲେବାନି କୁଣ୍ଟା ଥଣ୍ଡା ଗାଁରେ। ପୁଲିସ୍‌ ୫ ଜଣଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଗାଁରେ ଏହି ଖବର ପହଞ୍ଚିବା ପରେ ପୂରା ଅଞ୍ଚଳରେ ଶୋକରଚ୍ଛାୟା ଖେଳି ଯାଇଛି।

Accident Road Accident Telangana CM