Advertisment

ଟ୍ରେନ ଧକ୍କାରେ କଟିଗଲା ଯୁବକଙ୍କ ଗୋଡ଼

ବିବେକ ନିଜର ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପର ପାର୍ଶ୍ଵକୁ ପାର ହେଉଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ତାହା ବିବେକଙ୍କୁ ଧକ୍କା ଦେଇଥିଲା ।

ଅଦ୍ୟତନ ହୋଇଛି
undefined

Train

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନଗୁଳ -ସୁକିନ୍ଦା ରେଳପଥ ର ମହୁପାଳ ନିକଟରେ ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼। ଯୁବକଜଣକ ହେଉଛନ୍ତି ମହୁପାଳ ଗାଁର ବିବେକ ପଧାନ ।

Advertisment

ବିବେକ ନିଜର ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପର ପାର୍ଶ୍ଵକୁ ଯାଉଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ତାହା ବିବେକଙ୍କୁ ଧକ୍କା ଦେଇଥିଲା ।

ଫଳରେ ବିବେକଙ୍କ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲା। ଘଟଣାସ୍ଥଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ।

Advertisment

ସେମାନେ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବିବେକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

Accident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe