Advertisment

ଫେରିନି ମୋ ସାନ ଭାଇ...

ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।

author-image
Debadatta Aryashrestha
Mumbai ferry capsize

Mumbai ferry capsize

ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲା... ଡଙ୍ଗା ବୁଡ଼ିଗଲା। ସମ୍ପର୍କୀୟ ତ ଫେରିଲେ, ହେଲେ ମୋ ଭାଇ ଏବେ ଯାଏଁ ଫେରିନି। କୋହଭରା କଣ୍ଠରେ ଏମିତି କହିଛନ୍ତି ମୁମ୍ବାଇ ଡଙ୍ଗା ଦୁର୍ଘଟଣାରେ ହଜି ଯାଇଥିବା ହଂସରାମ ଭଟିଙ୍କ ବଡ଼ ଭାଇ ଜୋଗାରାମ ଭଟି। ଆଜି ଦିନ ତମାମ ସେ ମୁମ୍ବାଇର ହସ୍ପିଟାଲରୁ ହସ୍ପିଟାଲ ବୁଲି ନିଜ ସାନ ଭାଇକୁ ଖୋଜୁଥିବା ଦେଖିବାକୁ ମିଳିଥିଲା।

Advertisment

ମୁମ୍ବାଇ ଗେଟ୍‌ୱେ ଅଫ୍ ଇଣ୍ଡିଆ ନିକଟରେ ଘଟିଥିବା ଡଙ୍ଗା ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ପୂରିଲାଣି। ହେଲେ ୬୦ ବର୍ଷୀୟ ଜୋଗାରାମ ଭଟିଙ୍କ ଆଖିରେ ଗୋଟିଏ ମିନିଟ ପାଇଁ ବି ପଡ଼ିନି ପଲକ। ବୁଧବାର ଅପରାହ୍ନରେ ଏଲିଫାଣ୍ଟା ଆଇଲ୍ୟାଣ୍ଡକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍‌କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ଥିଲେ ଶତାଧିକ ଲୋକ। ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନେ ଉଦ୍ଧାର ହୋଇଥିଲେ ହେଁ ଏବେ ବି ଦୁଇ ଜଣଙ୍କ ସନ୍ଧାନ ମିଳିପାରି ନାହିଁ। ଏହି ଦୁଇଜଣଙ୍କ ମଧ୍ୟରେ ଅଛନ୍ତି ୪୩ ବର୍ଷୀୟ ହଂସରାମ ଭଟି।

ଯାଂଚ ପାଇଁ କୋଲବା ପୁଲିସ ଷ୍ଟେସନ ଆସିଥିବା ଜୋଗାରାମ ଭଟି କହିଛନ୍ତି ଯେ ତାଙ୍କ ଭାଇ ହଂସରାମଙ୍କ ସମ୍ପର୍କୀୟ ପ୍ରବୀଣ ରାଠୋଡ ଓ ତାଙ୍କ ପତ୍ନୀ ରାଜସ୍ଥାନରୁ ଆସିଥିଲେ। ସେମାନେ ମୁମ୍ବାଇ ଉପକୂଳ ବୁଲିବାକୁ ଚାହୁଁଥିଲେ। ସେଥିପାଇଁ ହଂସରାମ ଗୋଟିଏ ଦିନ ଛୁଟି ନେଇ ସେମାନଙ୍କ ସହ ଏଲିଫାଣ୍ଟା ଆଇଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ। ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେବା ପରେ ଯେତେବେଳେ ଯାତ୍ରୀବାହୀ ଡଙ୍ଗାଟି ବୁଡ଼ିବାକୁ ଆରମ୍ଭ କଲା, ପ୍ରବୀଣ ଓ ତାଙ୍କ ସ୍ତ୍ରୀ ଫୋନ ଯୋଗେ ରାଜସ୍ଥାନରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ।

Advertisment

ଜୋଗାରାମ କହିଛନ୍ତି, 'ରାଜସ୍ଥାନରେ ଥିବା ଆମ ସମ୍ପର୍କୀୟ ମୋତେ ଏହି ଦୁର୍ଘଟଣା ବିଷୟରେ କହିଥିଲେ। ମୁଁ ଗେଟ୍‌ୱେ ଅଫ୍ ଇଣ୍ଡିଆ ନିକଟରେ ପ୍ରାୟ ୪ଟା ୧୫ରେ ପହଞ୍ଚିଥିଲି। ପ୍ରବୀଣ ଓ ତାଙ୍କ ପତ୍ନୀ ଉଦ୍ଧାର ହୋଇଗଲେ। ହେଲେ ମୋ ଭାଇ ସେଠାରେ ନଥିଲା।' ଛଳ ଛଳ ଆଖିରେ ଜୋଗାରାମ କହିଛନ୍ତି, 'ମୁଁ ଜାଣିନି ସେ ଏବେ କେମିତି ଅଛି, କିଭଳି କଠିନ ସ୍ଥିତି ଦେଇ ସେ ଏବେ ଗତି କରୁଥିବ। ମୁଁ ମୋ ଭାଇକୁ ଫେରି ପାଇବାକୁ ଚାହୁଁଛି। ସେ ବହୁତ ଭଲ ମଣିଷ, ଏବଂ ଆମ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଗେହ୍ଲା।'

Mumbai Ferry Capsize Passenger Boat Capsize Gate Way Of India Boat Tragedy