/odisha-reporter/media/post_attachments/uploadimage/library/16_9/16_9_0/Kathajodi_1696251442.jpg)
Kathajodi
କାଠଯୋଡ଼ି ନଦୀରେ ଅଘଟଣ। କଟକ ଗୋପାଳପୁର ବଢ଼େଇ ସାହି ନିକଟରେ କାଠଯୋଡ଼ି ନଦୀରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଙ୍କ ନାଁ ଚିନ୍ମୟ ପ୍ରଧାନ।
କଟକ ସଦର ଥାନା ପୁଲିସର ସୂଚନା ଅନୁଯାୟୀ ଚିନ୍ମୟ ଶୌଚ କରିବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ପଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନଥିଲା।
ଗତକାଲି କଟକ ଜିଲ୍ଲା ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତରେ ଥିବା ଡମଡ଼ମଣୀ ପୀଠ ନିକଟ ଡ୍ୟାମ୍ରେ ଜଣେ ଯୁବକ ବୁଡ଼ି ଯାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ଅଂଶୁମାନ ନାୟକ (୨୨)। ତାଙ୍କ ଘର କଟକ ସିଡିଏ ଅଞ୍ଚଳରେ।
ଗତକାଲି ଅଂଶୁମାନ ଓ ତାଙ୍କର ତିନି ଜଣ ସାଙ୍ଗ ଡମଡ଼ମଣୀକୁ ଭୋଜି କରିବାକୁ ଯାଇଥିଲେ। ସେମାନେ ଡ୍ୟାମ୍ରେ ଗାଧେଉ ଥିବା ବେଳେ ଅଂଶୁମାନ ବୁଡ଼ି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଚୌଦ୍ଵାର ଅଗ୍ନିଶମ ବାହିନୀ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲା। ଆଜି ଓଡ୍ରାଫ ଓ ଏନ୍ଡିଆରଏଫ ସହିତ ଚୌଦ୍ଵାର ଅଗ୍ନିଶମ ବାହିନୀ ପୁଣି ଖୋଜାଖୋଜି କରିଥିଲା ଓ ଅଂଶୁମାନଙ୍କ ମୃତଦେହ ଉଦ୍ଧାର କରିଥିଲା।
ସୂଚନାଯୋଗ୍ୟ, ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ନଦୀ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ କଟକ ଜିଲ୍ଲାରେ ବୁଡ଼ି ମରିଛନ୍ତି ୩୬୪ ଜଣ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
