ହ୍ୟୁମ୍ ପାଇପରେ ଫସି ଗଲେ ଯୁବକ, ଅଢ଼େଇ ଘଣ୍ଟା ପରେ ଉଦ୍ଧାର

ଡାକ୍ତରଖାନା ଯିବା ପାଇଁ ବାପାମା’ଙ୍କ ସହିତ ରାସ୍ତାକଡ଼ରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ହଠାତ୍ ଦୌଡ଼ି ଯାଇ ହ୍ୟୁମ୍ ପାଇପରେ ପଶି ଯାଇଥିଲେ ଏହି ଯୁବକ।

Spot PhotoOR

ଘଟଣାସ୍ଥଳ

Jitendra Garnayak
  • Published: Saturday, 10 August 2024
  • Updated: 10 August 2024, 06:01 PM IST

Sports

Latest News

ପୁଅକୁ ଡାକ୍ତରଖାନା ନେବା ପାଇଁ ବାପାମା’ ରାସ୍ତାକଡ଼ରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ସେ ଦୌଡ଼ି ଯାଇ ଏକ ହ୍ୟୁମ୍ ପାଇପ ଭିତରେ ପଶିଯାଇ ଫସି ଯାଇଥିଲେ। ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ଓଡ୍ରାଫ ଟିମ୍ ତାଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ପାଳଲହଡ଼ାରେ।

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପୁରୁଣାପାଣି ଗାଁର ପର୍ଶୁରାମ ସେଠୀଙ୍କ ପୁଅ ଟୁଲୁ (୨୨)ଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ କହିଥିଲେ।

ଟୁଲୁଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେବା ପାଇଁ ତାଙ୍କ ବାପା-ମାଆ ପାଳଲହଡ଼ା ସହରର ଓଭର୍ ବ୍ରିଜ୍ ନିକଟରେ ଆଜି ସକାଳ ପ୍ରାୟ ୯ଟା ବେଳେ ଗାଡ଼ିକୁ ଅପେକ୍ଷା କରିଥିଲେ। ହଠାତ୍ ବାପା-ମାଆଙ୍କ ପାଖରୁ ଟୁଲୁ ଖସି ଦୌଡ଼ି ଥିଲେ। ତାଙ୍କୁ ଧରିବା ପାଇଁ ବାପା-ମାଆ ପିଛା କରିଥିଲେ। ଏହା ଦେଖି ଟୁଲୁ ଏକ ଦୋକାନ ସମ୍ମୁଖରେ ଥିବା ଛୋଟ ପୋଲର ହ୍ୟୁମ୍ ପାଇପ୍ ଭିତରେ ପଶିଯାଇଥିଲେ। ସେତେବେଳେ ସେହି ହ୍ୟୁମ୍ ପାଇପ୍‌ରେ ପାଣି ପ୍ରବାହିତ ହେଉଥିଲା। ଟୁଲୁ ହ୍ୟୁମ୍ ପାଇପ ଭିତରେ ପଶି ଯିବା ପରେ ଫସି ଯାଇଥିଲେ। ସେ ସେଠାରୁ ବାହାରି ପାରି ନଥିଲେ। 

Also Read

ଟୁଲୁଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ଉପସ୍ଥିତ ଲୋକେ ପ୍ରୟାସ କରି ବିଫଳ ହୋଇଥିଲେ। ତେଣୁ ପାଳଲହଡ଼ା ଦମକଳ ବାହିନୀ ସହିତ ପୁଲିସ୍‌କୁ ଖବର ଦିଆଯାଇଥିଲା। ସେମାନେ ମଧ୍ୟ ଟୁଲୁଙ୍କୁ ଉଦ୍ଧାର କରି ପାରି ନଥିଲେ। ଏହା ପରେ ବାରକୋଟ ବ୍ଲକ୍ ବଂପର୍ଡାରେ ଥିବା ଓଡ୍ରାଫ୍ ଟିମ୍‌କୁ ଡକାଯାଇଥିଲା। ଓଡ୍ରାଫ୍ ଟିମ୍ ପହଞ୍ଚିବା ପରେ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ପୁଲିସ ଓ ଦମକଳ ବାହିନୀ ଉପସ୍ଥିତିରେ ଜେସିବି ମେସିନ ଲଗାଇ ପୋଲକୁ ଭଙ୍ଗାଯାଇଥିଲା।

ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ଟୁଲୁଙ୍କୁ ହ୍ୟୁମ୍ ପାଇପ୍ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହା ପରେ ତାଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଦୁଇ ଦିନ ତଳେ ଟୁଲୁ କାଉଡ଼ି ଯାତ୍ରାରେ ଯାଇ ଶିବ ମନ୍ଦିରରେ ଜଳ ଅର୍ପଣ କରିଥିଲେ। କିନ୍ତୁ ସେଠାରୁ ଫେରିବା ପରେ ହଠାତ୍ କାହିଁକି ତାଙ୍କ ମାନସିକ ଅବସ୍ଥା ବିଗିଡ଼ିଯାଇଛି, ତାହା ଜଣାପଡ଼ିନାହିଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story