Advertisment

ଝିଅ ମୁହଁ ଦେଖିପାରିଲେନି, ବଜ୍ରପାତରେ ଚାଲିଗଲା ଜୀବନ

ଉତ୍ତମ ଓ ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Balugaon

Balugaon

Advertisment

ଦୁନିଆକୁ ଆସୁ ଆସୁ ଶିଶୁକନ୍ୟାକୁ ବାପ ଛେଉଣ୍ଡ କରିଦେଲା ଦଇବ। ବାପା ମଧ୍ୟ ଝିଅ ମୁହଁ ଦେଖିପାରିଲା ନାହିଁ। ମାଛ ଧରିବାକୁ ଯାଇ ଆଉ ଫେରିଲା ନାହିଁ ବାପା। ଚିଲିକାକୁ ମାଛ ଧରିବାକୁ ଯାଇଥିବା ବେଳେ ବଜ୍ରପାତରେ ଛୁଆଟିର ବାପା ଓ ଜେଜେ ବାପାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ। ମୃତକ ହେଲେ ବାଲୁଗାଁ ସନ୍ୟାସୀ ନଗରର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ।

Advertisment

ଗଭୀର ସମୁଦ୍ରରୁ ମାଛ ଧରି ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ ବିଧାନ ବିଶ୍ୱାସ ଓ ତାଙ୍କ ପୁଅ। ପ୍ରତିଦିନ ସନ୍ଧ୍ୟାରେ ଅକାତ କାତ ପାଣିରେ ଆହୁଲା ମାରି ଗଭୀର ସମୁଦ୍ର ଯାଇଥାନ୍ତି ବାପପୁଅ। ସବୁଦିନ ପରି ଗତକାଲି ସନ୍ଧ୍ୟାରେ ମାଛ ଧରିବାକୁ ଡଙ୍ଗା ନେଇ ଚିଲିକାକୁ ଯାଇଥିଲେ। ଭାବିଥିଲେ ମାଛ ଧରି ଆଣି ତାକୁ ବିକି ଦୁଇ ପଇସା ଧରି ଘରକୁ ଫେରିବେ। ମାତ୍ର ସବୁ ଗଣନା ଭୁଲ୍‌ ହୋଇଯାଇଥିଲା।   

ହଠାତ୍ ରାତିରେ କଳିଯୁଗେଶ୍ୱର ପାହାଡ଼ ନିକଟରେ ଝଡ଼ ତୋଫାନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଉତ୍ତମ ଓ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗତକାଲି ରାତିରେ ବାଲୁଗାଁ ମେଡିକାଲରେ ଶିଶୁକନ୍ୟାଟିଏ ପ୍ରସବ କରିଥିଲେ ଉତ୍ତମଙ୍କ ପତ୍ନୀ। ସ୍ୱାମୀଙ୍କୁ ଖୁସି ଖବର ଦେବାପାଇଁ ଯେତେ ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। ଏନେଇ ପରିବାର ଲୋକେ ଚିନ୍ତାରେ ଥିଲେ। ସକାଳ ହେବାକୁ ପରିବାର ଲୋକେ ଅପେକ୍ଷା କରିଥିଲେ।  ଆଜି ସକାଳେ ଅନ୍ୟ ମତ୍ସ୍ୟଜୀବୀ ମାନେ ଚିଲିକାକୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ଡଙ୍ଗା ଭାସୁଥିବା ଦେଖିଥିଲେ। ପରେ ସେମାନେ ଡଙ୍ଗା ପାଖକୁ ଯାଇ ଦେଖିଲା ବେଳକୁ ଡଙ୍ଗା ଭିତରେ ଉତ୍ତମ ଓ ତାଙ୍କ ବାପାଙ୍କ ମୃତଦେହ ପଡ଼ିଛି। ଏନେଇ ସେମାନେ ଉତ୍ତମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

Advertisment

ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାପାପୁଅଙ୍କ ମୃତଦେହକୁ ମଝି ଚିଲିକାରୁ ଆଣିଥିଲେ। ଉତ୍ତମ ଓ ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ।

Balugaon Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe