Advertisment

ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ସଡ଼କ ଦୁର୍ଘଟଣାରେ ବଡ଼ ଭାଇ ଓ ପୁତୁରାଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏପରି ଏକ ଦୁ‍ଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ମୃତକମାନେ ହେଉଛନ୍ତି- କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ।

Advertisment

ଆଜି ସକାଳ ପ୍ରାୟ ୯ଟା ବେଳେ ଲକ୍ଷ୍ମଣ ବାପାଙ୍କ ସହ ସ୍କୁଟିରେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ୍‌ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପପୁଅଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ଗାଁରେ ପହଞ୍ଚିବା ପରେ ଲକ୍ଷ୍ମଣଙ୍କ ଦାଦା ସମରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ସମରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃହଘାତରେ ସମରାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ NH-20କୁ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କାନ୍ଦବୋବାଳିରେ ଫାଟିପଡ଼ୁଛି ବାରିଗାଁ।

Kendujhar Road Accident