Advertisment

ଜମି ଦେଖିବାକୁ ଯାଉଥିଲେ, ମାରି ଦେଲା ହାତୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜରେ ଏକ ହାତୀର ମୃତଦେହ ଠାବ କରାଯାଇଛି।

Elephant Attack

Elephant Attack

Advertisment

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ରଣଜିତ ରାଉତ।

Advertisment

ମଙ୍ଗଳପୁର ନିକଟରେ ଗତ କିଛି ଦିନ ହେଲା ଏକ ହାତୀପଲ ରହି ଫସଲ ନଷ୍ଟ କରୁଛନ୍ତି। ତେଣୁ ଆଜି ସକାଳେ ରଣଜିତ ରାଉତ ନିଜ ଚାଷ ଜମି ଦେଖିବାକୁ ଯାଉଥିଲେ। ସେହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି।

ଅନ୍ୟପକ୍ଷରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଓରାଘାଟ ଗାଁର ପାରମସାହିରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର କେମିତି ମୃତ୍ୟୁ ହେଲା, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଗତ ୫ ବର୍ଷରେ ରାଜ୍ୟରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ମୃତ୍ୟୁ ଘଟିଛି। ନିକଟରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe