Advertisment

୨ ଜଣଙ୍କୁ ଦଳିଦେଲା ଦନ୍ତା

ସପ୍ତାହେ ତଳେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁରେ ହାତୀ ଆକ୍ରମଣରେ ଜଣେ ରେଞ୍ଜର ଆହତ ହୋଇଥିଲେ।

ଅଦ୍ୟତନ ହୋଇଛି
Elephant

Elephant

Advertisment

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍‌ର ଦୁଇଟି ପୃଥକ ପୃଥକ ସ୍ଥାନରେ ଘଟିଛି ଏହି ଘଟଣା। ଗୋଟିଏ ଝରାପାଲି-ଝର୍ନିଆଟିକ୍ରାରେ ଘଟିଥିବା ବେଳେ ଅନ୍ୟଟି ବିଶିପାଲି ଗାଁରେ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଶିବଲାଲ ସୁନା ଓ ବଳଦେବ ସାହୁ।

Advertisment

ଶିବଲାଲ ସୁନାଙ୍କ ଘର ଗାଇସିଲେଟ ବ୍ଳକ୍ କଠଉମାଲ ଗାଁରେ। ସେ ଝରାପାଲି-ଝର୍ନିଆଟିକ୍ରା ଆସିଥିବା ବେଳେ ଆଜି ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସେହିପରି ବିଶିପାଲି ଗାଁର ବଳଦେବ ସାହୁ ତାଙ୍କ ଚାଷ ଜମିକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।  

Advertisment

ସପ୍ତାହେ ତଳେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁରେ ହାତୀ ଆକ୍ରମଣରେ ରେଞ୍ଜର ପ୍ରଶାନ୍ତ ପାଲ ଆହତ ହୋଇଥିଲେ। ସେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ରାଜ୍ୟର ପ୍ରାୟ ଅଞ୍ଚଳରେ ଏବେ ହାତୀ ଉପଦ୍ରବ ମୁଣ୍ଡବ୍ୟଥାର କାରଣ ପାଲଟିଛି। କେଉଁଠି ହାତୀପଲ ଚାଷଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେଉଁଠି ଜନବସତି ମୁହାଁ ହୋଇ ଘର ଭାଙ୍ଗି ଦେଉଛନ୍ତି ଓ ଲୋକଙ୍କୁ ଆକ୍ରମଣ କରୁଛନ୍ତି।

ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ଜୀବନ ଯାଇଛି। ହାତୀ ୧୨୭ଟି ଗୃହପାଳିତ ପ୍ରାଣୀଙ୍କୁ ମାରିଥିବା ବେଳେ ୯୬୧୧ଟି ଘର ଭାଙ୍ଗିଛନ୍ତି। ସେହିଭଳି ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର ଓ ବିଷ ପ୍ରୟୋଗ ଇତ୍ୟାଦି ବିଭିନ୍ନ କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe