Advertisment

ଶୁଣ୍ଢରେ ଘର ଭିତରୁ ଟାଣି ଆଣି କଚାଡ଼ି ଦେଲା ହାତୀ

ବେତନଟୀ ରେଞ୍ଜ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ମୃତଦେହ ଜବତ କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ସେପଟେ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି।

Baripada

Baripada

Advertisment

ମମତା ଗୃହରେ ଶୋଇଥିଲେ। ବିଳମ୍ୱିତରେ ରାତିରେ ଘର ଭିତରେ ଶୁଣ୍ଢ ପୂରାଇ ପଇନ ଦେହୁରୀଙ୍କୁ ଟାଣି ଆଣି କଚାଡ଼ି ଦେଲା ହାତୀ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକଅଞ୍ଚଳରେ ଘଟିଛି।

Advertisment

ମୋରୋଡା ବ୍ଲକ୍‌ ଜୁଆଳିଭଙ୍ଗା ପଞ୍ଚାୟତ କାଳିଆନାଳ ଗାଁରେ ଥିବା ମମତା ଗୃହରେ ପଇନ ଦେହୁରୀ ଗୁରୁବାର ରାତିରେ ଶୋଇଥିଲେ। ବିଳମ୍ୱିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଦନ୍ତାହାତୀ ଆସି ତାଙ୍କୁ ଘର ଭିତରୁ ଟାଣିନେ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗାଁ ଲୋକେ ମୃତଦେହ ଦେଖି ବନ ବିଭାଗକୁ ଜଣାଇଥିଲେ।

ବେତନଟୀ ରେଞ୍ଜ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ମୃତଦେହ ଜବତ କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ସେପଟେ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ପଲ ଉତ୍ପାତ କରୁଛନ୍ତି। ବିଳମ୍ୱିତ ରାତିରେ ହାତୀ ଗାଁରେ ପଶି ଭଙ୍ଗାରୁଜା କରୁଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ପ୍ରାଣ ଯାଉଛି। ହେଲେ ହାତୀ ଓ ମଣିଷର ଲଢ଼େଇର ଅନ୍ତ ଘଟୁନାହାଁ। ଏହାକୁ ନେଇ ଜଙ୍ଗଳ ପାର୍ଶ୍ୱବର୍ତ୍ତୀ ଗାଁର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe