Advertisment

ନାତୁଣୀଙ୍କୁ ପଢୁଆଁ କରିବାକୁ ଯାଉଥିଲେ ଅଜା; ଟ୍ରେନ୍‌ରେ କଟିଗଲା ଦୁଇ ଗୋଡ଼

ଟ୍ରନ ସୋରରେ ପହଞ୍ଚିବା ବେଳେ ମନୋଜ ବାଲେଶ୍ୱର ଷ୍ଟସନ ଭାବି ଚଳନ୍ତା ଟ୍ରେନରୁ ଓଲ୍ଲାଇବାକୁ ଚେଷ୍ଟା କରୁଥିଲେ। ଠିକ୍ ଏହି ସମୟରେ ଗୋଡ଼ ଖସିଯିବାରୁ ମନୋଜ ଟ୍ରେନ ତଳକୁ ଖସି ପଡ଼ିଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Balesor

Balesor

ପ୍ରଥମାଷ୍ଟମୀରେ ନାତୁଣୀ ପଢ଼ୁଆଁ ହେବ। ସେଥିପାଇଁ ନାତୁଣୀ ଯେତେ ଖୁସି, ତାହାଠାରୁ ଅଧିକ ଖୁସି ଥିଲେ ଅଜା- ଆଈ। କାରଣ ଅଭାବୀ ଦୁନିଆକୁ ନେଇ ବଞ୍ଚୁଥିବା ଅଜା-ଆଈ ଦୀର୍ଘ ୩ ବର୍ଷ ପରେ ନାତୁଣୀ ପାଖକୁ ଯାଉଛନ୍ତି। ହେଲେ ବିଧିର ବିଧାନରେ କିନ୍ତୁ ଆଉ କିଛି ଲେଖାଥିଲା। ଜୀବନ ଯୁଦ୍ଧରେ ସଂଘର୍ଷ କରୁଥିବା ଅଜା ତରତର ହୋଇ ଟ୍ରେନ୍‌ରୁ ଓହ୍ଲାଉଥିବା ବେଳେ ଗୋଡ଼ ଦୁଇଟିକୁ ହରାଇଲେ। ଆଉ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ଆଈ। ସହାୟତାର ହାତ ବଢ଼ାଇବା ପାଇଁ ଆକୁଳ ନିବେଦନ କରୁଛନ୍ତି। ବାଲେଶ୍ୱରରୁ ଆସିଛି ଏମିତି କୋହଭରା ଷ୍ଟୋରୀ।

Advertisment

ଯାଜପୁର ଟାଉନରେ ମନୋଜ ନାୟକ ଓ ତାଙ୍କ ସ୍ତ୍ରୀ ସୀମା ନାୟକ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ନାତୁଣୀଙ୍କୁ ପଢୁଆଁ କରିବା ପାଇଁ ସୋମବାର ସନ୍ଧ୍ୟାରେ ଅଜା ଆଈ ପୁରୀ - ବାଙ୍ଗିରିପୋଷୀ ଟ୍ରେନ୍‌ରେ ବାଲେଶ୍ୱରକୁ ଯାଉଥିଲେ। ତିନି ବର୍ଷ ପରେ ଝିଅ ଘରକୁ ଯାଉଥିବାରୁ ବେଶ୍ ଖୁସିଥିଲେ ମନୋଜ ଓ ସୀମା। ହେଲେ ସେମାନଙ୍କ ଖୁଶିରେ ଲାଗିଲା କାହାର ନଜର। କଥାବାର୍ତ୍ତା ଛଳରେ ବାଲେଶ୍ୱର ଷ୍ଟେସନ ଭାବି ଟ୍ରେନ୍ ଚାଲୁଥିବା ବେଳେ ସୋର ଷ୍ଟେସନରେ ଓହ୍ଲାଇ ପଡ଼ୁଥିଲେ। ହେଲେ ଦୁର୍ଭଗ୍ୟକୁ ମନୋଜଙ୍କ ଟ୍ରେନ୍‌ରୁ ଖସିପଡ଼ିଥିଲେ। ଆଉ ତାଙ୍କ ଗୋଡ଼ ଦୁଇଟି ଟ୍ରାକ ଉପରକୁ ଚାଲି ଯାଇଥିଲା। ଯାହା ଫଳରେ ତାଙ୍କର ଗୋଡ଼ ଦୁଇଟି କଟି ଯାଇଥିଲା।

ପ୍ଲାଟଫର୍ମରେ ଥିବା ଲୋକମାନେ ଏନେଇ ଆରପିଏଫକୁ ଖବର ଦେଇଥିଲେ। ଆରପିଏଫ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେl ସେଠାରେ ତାଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱାମୀଙ୍କର ଏ ଅବସ୍ଥା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ପତ୍ନୀ। ମେଡ଼ିକାଲରେ ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି। ସହାୟତାର ହାତ ବଢାଇବା ପାଇଁ ମେଡ଼ିକାଲ ଆସୁଥିବା ଲୋକଙ୍କୁ ନେହୁରା ହେଉଛନ୍ତି।

Advertisment

ରିପୋର୍ଟ – ସୋରରୁ, ନିରଞ୍ଜନ ବେହେରା

Accident Bhadrak