Advertisment

ଭୁଶୁଡ଼ିଲା ବ୍ରିଜ; ଟ୍ରକ୍‌, ବାଇକ୍‌ ସହ ଭାସିଗଲେ ୧୦ ଜଣ

ଏହି ଅଘଟଣ ସମୟରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍‌, ବାଇକ୍‌ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିଲା ।

ଅଦ୍ୟତନ ହୋଇଛି
Bridge

Bridge

Advertisment

ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ । ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଏହି ଅଘଟଣ ସମୟରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍‌, ବାଇକ୍‌ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ତତ୍‌କ୍ଷଣାତ ପ୍ରଶାସନ ଓ ରେସକ୍ୟୁ ଟିମ୍‌ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।

ସୁରେନ୍ଦ୍ରନଗର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍‌ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ନଦୀକୁ ଖସି ପଡ଼ିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ପୋଲ ସ୍ଥାନରେ ଆଉ ଏକ ନୂତନ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଛି।

Advertisment

ପ୍ରାୟ ୧୧୦ ଗାଁ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି। ଏହି ବ୍ରିଜଟି ରାଜ୍ୟ ରାଜପଥ ସହ ସଂଯୋଗ କରିଥାଏ । ଏବେ ଏହି ପୋଲ ଭାଙ୍ଗିଯିବାରୁ ବହୁ ଲୋକ ବଜାର ଆସିବାକୁ ହଇରାଣ ହେଉଛନ୍ତି। ତଥା ତୁରନ୍ତ ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ନିକଟରା ଗୁହାରୀ କରିଛନ୍ତି ।

Gujarat Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe