Advertisment

ପାହାଡ଼ର ଆବର୍ଜନା ସ୍ରୋତରେ ଭାସିଗଲା ୨ ଦୋକାନ; ୧୩ ଜଣଙ୍କ ପତ୍ତା ମିଳୁନି

ନିଖୋଜଙ୍କ ମଧ୍ୟରେ ବହୁ ଶ୍ରଦ୍ଧାଳୁ ଓ କିଛି ସ୍ଥାନୀୟ ଲୋକ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି।

Rescue Operation

Rescue Operation

Advertisment

ଉତ୍ତରାଖଣ୍ଡର ଗୌରିକୁଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ଭୀଷଣ ତାଣ୍ଡବ । କେଦାରନାଥରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏକ ପାହାଡ଼ରୁ ଖସିଥିବା ଆବର୍ଜନା ସ୍ରୋତରେ ୨ଟି ଦୋକାନ ଭାସି ଯାଇଛି।ଏଥିସହ ପ୍ରାୟ ୧୩ ଜଣଙ୍କ ପତ୍ତା ମିଳୁନି। ନିଖୋଜଙ୍କ ମଧ୍ୟରେ ବହୁ ଶ୍ରଦ୍ଧାଳୁ ଓ କିଛି ସ୍ଥାନୀୟ ଲୋକ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି।

Advertisment

ଏବେ ବାବା କେଦାରନାଥଙ୍କ ଯାତ୍ରା ଚାଲିଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଯାଉଛନ୍ତି। ଏହି ସମୟରେ କେଦାରନାଥରେ ଲଗାଣ ବର୍ଷା ଲାଗି ରହିଛି। ଗତ ରାତିରେ ପ୍ରବଳ ବର୍ଷା ଯୋଗୁ କେଦାରନାଥ ଯିବା ବାଟରେ ପଡ଼ୁଥିବେ ଗୌରିକୁଣ୍ଡରେ ଏକ ପାହାଡ଼ର ଆବର୍ଜନା ବର୍ଷା ପାଣି ସ୍ରୋତରେ ଭାସି ଆସିଥିଲା। ଏହାର ପ୍ରଖର ସ୍ରୋତରେ ୨ଟି ଦୋକାନ ଭାସି ଯାଇଥିବା ବେଳେ ୧୩ ଜଣଙ୍କ ପତ୍ତା ମିଳୁନି। ଏଥିସହ ଆବର୍ଜନା ତଳେ ବି ବହୁ ଜଣ ଦବିଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ୪ ଶିଶୁ ଓ ୪ ମହିଳା ଥିବା ଜଣାଯାଇଛି।

ଖବର ପାଇ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲେ ବି ଭୀଷଣ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନି।  ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଜି ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ସାମାନ୍ୟ ବର୍ଷା ହେବାକୁ ସୂଚନା ଥିବା ବେଳେ ୬ ତାରିଖରୁ ପୁଣି ଥରେ ବର୍ଷାର ପରିମାଣ ବଢ଼ିବ ।

Advertisment
Uttarakhand Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe