Advertisment

ଆପାର୍ଟମେଣ୍ଟରେ ରାତି ଅଧରେ ଲାଗିଲା ନିଆଁ, ତା’ ପରେ...

ଚାରି ମହଲା ଆପାର୍ଟମେଣ୍ଟରେ ଥିଲେ ଲୋକ ଖଚାଖଚ। ଏପରି ସ୍ଥିତିରେ ରାତି ଅଧରେ ହଠାତ୍‌ ଲାଗିଲା ନିଆଁ।

Fire

Fire

Advertisment

ଚାରି ମହଲା ଆପାର୍ଟମେଣ୍ଟରେ ଥିଲେ ଲୋକ ଖଚାଖଚ। ଏପରି ସ୍ଥିତିରେ ରାତି ଅଧରେ ହଠାତ୍‌ ଲାଗିଲା ନିଆଁ। ଏପରି ଏକ ଅଘଟଣ ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଏହାପରେ ସିଡି ଲଗାଇ ତୁରନ୍ତ ଆପାର୍ଟମେଣ୍ଟରୁ ଫସିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଗୋଟିଏ ଫ୍ଲାଟ୍‌ରେ କିଛି ଲୋକ ଫସି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ପଶି ସମସ୍ତଙ୍କୁ ସୁରକ୍ଷିତ ଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ନିଆଁ ଲିଭିଯିବା ପରେ ଉକ୍ତ ଆପାର୍ଟମେଣ୍ଟରୁ କେବଳ ଧୂଆଁ ବାହାରୁଥିବାରୁ ଚାରିଆଡ଼ ଧୂଆଁମୟ ହୋଇ ଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନି।

Advertisment
Uttar Pradesh Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe