Advertisment

ଡବଲ୍‌ ଡେକର୍‌ ବସ୍‌ ଭିତରେ ପଶିଗଲା କାର୍‌, ୫ ଜୀବନ୍ତ ଜଳିଗଲେ

ଦେଖୁ ଦେଖୁ ଏହି ନିଆଁ ଭୟଙ୍କର ରୂପ ନେଇ କାର୍‌କୁ ବ୍ୟାପି ଯାଇଥିଲା।

author-image
Madhupriya Mistry
Accident

Accident

ଭୟଙ୍କର ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହେଲା ଡବଲ୍‌ ଡେକର୍‌ ବସ୍‌। ଏତିକି ବେଳେ ହଠାତ୍‌ ବସ୍‌ ଭିତରେ ଧସେଇ ପଶିଗଲା ସ୍ୱିଫ୍ଟ ଡିଜାୟର୍‌ କାର୍‌। ଫଳରେ ହୁ ହୁ ହୋଇ ଜଳି ଉଠିଗଲା କାର୍‌ ଓ ବସ୍‌। ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ୫ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ଯମୁନା ଏକ୍ସପ୍ରେସ-ଓ୍ୱେରେ।

Advertisment

ସୂଚନା ମୁତାବକ, ଆଜି ଭୋରୁ ଆଗ୍ରାରୁ ନୋଏଡା ଯାଉଥିବା ଏକ ଡବଲ ଡେକର ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତା ଉପରକୁ ମାଡିଯାଇଥିଲା । ଠିକ୍ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍ୱିଫ୍ଟ ଡିଜାୟାର କାରଟି ମଧ୍ୟ ନିୟନ୍ତ୍ରଣ ହରାଇ ବସିଥିଲା। ପଛପଟୁ ଧକ୍କା ଦେଇ ବସ୍‌ ଭିତରେ ପଶି ଯାଇଥିଲା। ଫଳରେ ବସ୍‌ର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ଭୟଙ୍କର ରୂପ ନେଇ କାର୍‌କୁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଆଉ ବାହାରକୁ ବାହାରି ପାରିନଥିଲେ। ସେମାନେ ଜୀବନ୍ତ ଜଳି ଯାଇଥିଲେ।

ପୁଲିସ କହିବା ମୁତାବକ, ବସ୍‌ର ଟାୟର୍ ପଞ୍ଚର ହୋଇଯିବା ଯୋଗୁ ଅନିୟନ୍ତ୍ରିତ ହୋଇ ଡିଭାଇଟର୍‌ରେ ପିଟି ହୋଇଥିଲା। ସେପଟେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।

Advertisment
Accident Yamuna Expressway