Advertisment

ଏମବିବିଏସ୍‌ ଡିଗ୍ରୀ ପାଇ ଝୁମି ଉଠିଲେ ଛାତ୍ର, କାମୁଡ଼ିଦେଲା ସାପ

ଗତ ବୁଧବାର କଲେଜରେ ଆୟୋଜିତ ଉତ୍ସବରେ ବାଲକ୍ରିଷ୍ଣନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।  ପୁଅର ଖୁସିରେ ସାମିଲ ହେବାକୁ ବାଲକ୍ରିଷ୍ଣନଙ୍କ ମା’ ଓ ପରିବାର ଲୋକେ ବି ସେଠାରେ ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ଦଇବ ସହିଲାନି ଖୁସି। ବର୍ଷ ବର୍ଷର ଖୁସି ନିମିଷେକେ ଚୁରମାର ହୋଇଗଲା। ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳାଇଗଲା। ଏମବିବିଏସ୍‌ ଡିଗ୍ରୀ ହାସଲର ମାତ୍ର କିଛି ଘଣ୍ଟା ପରେ ସାପ କାମୁଡ଼ାରେ ଆଖି ବୁଜିଲେ ଜଣେ ମେଡିକାଲ ଛାତ୍ର। ଏପରି ଏକ ହୃଦୟ ବିଦାରକ ଘଟଣା କର୍ଣ୍ଣାଟକାର ତୁମାକୁରୁ ଅଞ୍ଚଳରେ ଘଟିଛି। ମୃତ ଛାତ୍ରଜଣକ ହେଲେ ଆଦି ବାଲକ୍ରିଷ୍ଣନ।

Advertisment

କେରଳର ଆଦି ବାଲକ୍ରିଷ୍ଣନ ତୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ ( SSMC)ରେ ଶେଷ ବର୍ଷରେ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି । ତୁମାକୁରୁ ବାଙ୍ଗାଲୁରୁଠୁ ୮୦ କିମି ଦୂରରେ ଅବସ୍ଥିତ ।

 ଗତ ବୁଧବାର କଲେଜରେ ଆୟୋଜିତ ଉତ୍ସବରେ ବାଲକ୍ରିଷ୍ଣନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।  ପୁଅର ଖୁସିରେ ସାମିଲ ହେବାକୁ ବାଲକ୍ରିଷ୍ଣନଙ୍କ ମା’ ଓ ପରିବାର ଲୋକେ ବି ସେଠାରେ ଉପସ୍ଥିତ ଥିଲେ।

Advertisment

କାର୍ଯ୍ୟକ୍ରମ ସରିବା ପରେ ସମସ୍ତେ ବାଲକ୍ରିଷ୍ଣନଙ୍କ ହଷ୍ଟେଲକୁ ଫେରିଥିଲେ। ମାତ୍ର କ୍ୟାମ୍ପସ୍‌ରେ ବାଲକ୍ରିଷ୍ଣନଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିବା ବେଳେ ସେ କିଛି ଜାଣି ପାରି ନ ଥିଲେ।

ମାତ୍ର କିଛି ସମୟ ପରେ ସେ ବେହୋସ ହୋଇ ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲକ୍ରିଷ୍ଣନଙ୍କ ଦେହ ସାରା ବିଷ ମାଡ଼ି ଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। 

ଏହି ଘଟଣା ପରେ ବାଲକ୍ରିଷ୍ଣନଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି। ମେଡିକାଲ ଡିଗ୍ରୀ ହାସଲ ପରେ ପୁଅର ଏପରି ଅଚାନକ ମୃତ୍ୟୁକୁ ସେମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହି ଖବର ଯୋଗୁ ସମଗ୍ର ମେଡିକାଲ କଲେଜରେ ଶୋକର ଛାୟା ଖେଳି ଯାଇଛି।

Karnataka Bengaluru Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe