Advertisment

ଅଗ୍ନି ବିପନ୍ନଙ୍କୁ ସାକ୍ଷାତ ପାଇଁ ଯାଉଥିଲେ, ପିଟି ହେଲା ମେହବୁବ ମୁଫତିଙ୍କ କାର୍‌

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଚିଫ୍‌ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଦକ୍ଷିଣ କଶ୍ମୀରର ଅନ୍ତତନାଗା ଅଞ୍ଚଳରେ ଘଟିଛି।

Accident

Accident

Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଚିଫ୍‌ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଦକ୍ଷିଣ କଶ୍ମୀରର ଅନ୍ତତନାଗା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣାରୁ ମୁଫତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୁଫତିଙ୍କ ବ୍ୟକ୍ତିଗତ ସୁରକ୍ଷାରେ ନିୟୋଜିତ ଜଣେ ପୁଲିସ୍‌ ଅଧିକାରୀ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାଯାଇଛି।

Advertisment

ପିଡିପି ମିଡିଆ ସେଲ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଅଗ୍ନିବିପନ୍ନଙ୍କୁ ସାକ୍ଷାତ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ତତନାଗ ଯାଉଥିଲେ। ଉକ୍ତ ସମୟରେ ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଥିଲେ।  ଉକ୍ତ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଏହି ଦୁର୍ଘଟଣାରୁ ମୁଫତି ବର୍ତ୍ତି ଯାଇଥିବା ବେଳେ ତାଙ୍କ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଛନ୍ତି। 

ଏନେଇ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି, ଏକ ବଡ଼ ଦୁର୍ଘଟଣାରୁ ମେହବୁବା ମୁଫତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସରକାର ଏହି ଦୁର୍ଘଟଣାର କାରଣ ଯାଞ୍ଚ କରିବାକୁ ଦାବି କରୁଛି। ଏଥିସହ ତାଙ୍କ ସୁରକ୍ଷାରେ ଥିବା ତ୍ରୁଟିକୁ ବି ଖୁବ୍‌ ଶୀଘ୍ର ଦୂର କରାଯିବ ବୋଲି ଆଶା କରୁଛି।

Advertisment

ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ତାଙ୍କ ସମର୍ଥକମାନେ ବ୍ୟଥିତ ହୋଇ ପଡ଼ିଥିବା ବେଳେ ସେ ସୁରକ୍ଷିତ ଥିବା ଶୁଣି ଆଶ୍ୱସ୍ତି ଲାଭ କରିଛନ୍ତି।  

Mehbooba Mufti Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe