Advertisment

ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ଲାଇନଚ୍ୟୁତ

ମଇଁଷିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଏଯାବତ ସୂଚନା ମିଳିନାହିଁ।

ଅଦ୍ୟତନ ହୋଇଛି
MEMO

MEMO

Advertisment

ମେମୁ ଟ୍ରେନ୍‌ ଲାଇନଚ୍ୟୁତ। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବେଳେ ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ମଇଁଷିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଏଯାବତ ସୂଚନା ମିଳିନାହିଁ।

Advertisment

ନିର୍ଦ୍ଧାରିତ ସମୟରେ ଝାରସୁଗୁଡ଼ାରୁ ଛାଡ଼ିଲା ମେମୁ ପାସେଞ୍ଜର ଟ୍ରେନ୍। ଟ୍ରେନ୍‌ରେ ଖଚାଖଚ ଭିଡ଼ ଥିଲା। ସରଲା ନିକଟରେ ଗୋଟିଏ ମଇଁଷି ଟ୍ରାକ୍‌ ଅତିକ୍ରମ କରୁଥିଲା। ସେହି ସମୟରେ ମେମୋ ଟ୍ରେନ୍‌ଟି ମଇଁଷିକୁ ଧକ୍କା ଦେଇଥିଲା। ଯାହାଫଳରେ ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି। ବଗିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ହୋଇଥିବା ବଗିକୁ ପ୍ରଥମ ଅଲଗା କରାଯାଇଥିଲା। ତା’ପରେ ଟ୍ରେନ୍‌ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ଘଟିଛି। 

Sambalpur Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe