Advertisment

ବ୍ରିଜ୍ ଉପରେ ରେସିଂ, ୱାଗନ ଆରକୁ ପିଟି ଦେଲେ ମର୍ସିଡିଜ ଓ ବିଏମ୍‌ଡବ୍ଲ୍ୟୁ

‘ୱାଗନ ଆର’ଟିରେ ଗୋଟିଏ ପରିବାରର ୪ ଜଣ ବସିଥିଲେ। ଧକ୍କା ପରେ ତାହା ଓଲଟି ପଡ଼ିଥିଲା।

Wagon R

Wagon R

Advertisment

ପ୍ରତିଦିନ ଦେଶରେ ଘଟୁଛି ସଡ଼କ ଦୁର୍ଘଟଣା। ସେଥିରୁ ଅନେକ କେବଳ ଦ୍ରୁତ ଗତି ଯୋଗୁ ଘଟୁଛି। ଏହା ସତ୍ତ୍ୱେ ଲୋକେ ସଚେତନ ହେଉ ନାହାନ୍ତି ଓ ବେପରୁଆ ଭାବେ ଗାଡ଼ି ଚଲାଉଛନ୍ତି। ଗତକାଲି ସକାଳ ୧୦ଟା ବେଳେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି’ ଲିଙ୍କରେ ଏମିତି ଏକ ଘଟଣା ଘଟିଛି। ଗୋଟିଏ ମର୍ସିଡିଜ୍ ଓ ଗୋଟିଏ ବିଏମ୍‌ଡବ୍ଲ୍ୟୁ ବାନ୍ଦ୍ରା-ୱର୍ଲି ସି’ ଲିଙ୍କରେ ରେସିଂ କରୁଥିଲେ। ସେମାନେ ଦ୍ରୁତଗତିରେ ପରସ୍ପରକୁ ଅତିକ୍ରମ କରି ଜିତିବା ଲକ୍ଷ୍ୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ‘ୱାଗନ ଆର’କୁ ପଛରୁ ପିଟି ଦେଇଥିଲେ। ଫଳରେ ‘ୱାଗନ ଆର’ଟି ଓଲଟି ପଡ଼ିଥିଲେ।

Advertisment

‘ୱାଗନ ଆର’ଟିରେ ଗୋଟିଏ ପରିବାରର ୪ ଜଣ ବସିଥିଲେ। ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ଥିଲେ। ସେମାନେ ସେହି ଗାଡ଼ିରେ ଭଡ଼ାରେ ଯାଉଥିଲେ। ତେବେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେହି ଗୁରୁତର ଆହତ ହୋଇନାହାନ୍ତି।

ରେସିଂ କରି ଦୁର୍ଘଟଣା ଘଟାଇଥିବା ଉଭୟ ବିଏମ୍‌ଡବ୍ଲ୍ୟୁ ଓ ମର୍ସିଡିଜ ଗାଡ଼ି ଦୁଇଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ମର୍ସିଡିଜର ବୋନ୍ନେଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଏମ୍‌ଡବ୍ଲ୍ୟୁର ପଛପାଖଟି କ୍ଷତିଗ୍ରସ୍ତ ହୋଇଛି। ଦୁଇଟି ଯାକ ଗାଡ଼ି ଦୁଇ ଜଣ ପୃଥକ ଲୋକଙ୍କ ନାଁରେ ପଞ୍ଜୀକୃତ ହୋଇଛି। ଏହି ଦୁଇ ଗାଡ଼ି ଚଲାଉଥିବା ଶେହବାଜ ଖାନ ଓ ତାରିକ ଚୌଧୁରୀଙ୍କୁ ପୁଲିସ୍ ଗିରଫ କରିଛି।

Advertisment

ଗତ ବର୍ଷ ନଭେମ୍ବର ମାସରେ ଦ୍ରୁତଗତି ଯୋଗୁ ବାନ୍ଦ୍ରା-ୱର୍ଲି ସି’ ଲିଙ୍କରେ ଏକ ଏସ୍‌ୟୁଭି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe