Advertisment

ଆଫ୍ରିକାରେ ଚାଲିଗଲା ଜୀବନ, କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର

ରବିବାର ସକାଳେ ବଳରାମ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

author-image
Manoranjan Sial
Ganjam

Ganjam

ପରିବାରର ଭୋକ ମେଣ୍ଟାଇବା ପାଇଁ ଜନ୍ମମାଟି ଛାଡ଼ି ଦାଦନ ଖଟିବାକୁ ଆଫ୍ରିକା ଯାଇଥିଲେ। ହେଲେ ସେଠାରେ ଚାଲିଗଲା ଜୀବନ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଦୁଃଖଦ ଘଟଣା। ପୁଅର ମୃତ୍ୟୁ ଖବର ପାଇଲା ପରଠାରୁ କାନ୍ଦ ବୋବାଳିରେ ଫାଟି ପଡ଼ିଛି ଘର ଦ୍ୱାର।

Advertisment

ଗାଁରେ ହାତକୁ କାମ ମିଳିଲା ନାହିଁ। ପରିବାର ଭରଣ ପୋଷଣ ପାଇଁ ସୁଦୂର ଆଫ୍ରିକାର ଇଥୋପିଆ ଯାଇଥିଲେ ମହେଶ୍ୱରପୁର ଗାଁର ଲୋକା ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନ। ସେ ବର୍ଷେ ତଳେ ଜଣେ ଏଜେଣ୍ଟଙ୍କ ଜରିରିଆରେ ୭୦ ହଜାର ଟଙ୍କା ଜମା କରି ବିଦେଶ ଯାଇଥିଲେ। ସେଠାରେ ସେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।

ରବିବାର ସକାଳେ ବଳରାମ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବଳରାମଙ୍କ ଘରେ ବୃଦ୍ଧ ବାପା-ମାଆ, ସ୍ତ୍ରୀ, ଗୋଟିଏ ଚାରି ବର୍ଷର ପୁଅ ଓ ଦେଢ ବର୍ଷର ଝିଅ ଅଛନ୍ତି।

Advertisment

ଘରର ଏକ ମାତ୍ର ରୋଜଗାରିଆ ଥିଲେ ବଳରାମ। ତାଙ୍କ ମୃତ୍ୟୁ ପରେ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛି ପରିବାର। ଘରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଗାଁକୁ କେମିତି ଆସିବ ବଳରାମଙ୍କ ମୃତଦେହ? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ପରିବାର ଲୋକ। ବଳରାମଙ୍କ ମୃତଦେହ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ।

ରିପୋର୍ଟ-ଖଲିକୋଟରୁ ଶିଲୁ ବିଶ୍ୱାଳ

Ganjam