କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କାହା ଆଖିରୁ ସୁଖୁନି ଲୁହ। ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। କାରଣ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଗାଁର ଭେଣ୍ଡିଆ ପୁଅ ଆଉ ନାହାନ୍ତି। ହାଇଦ୍ରାବାଦରେ କାମ କରୁଥିବା ବେଳେ ତିନି ମହଲା ଛାତରୁ ଖସି ତାଙ୍କର ଜୀବନ ଯାଇଛି। ହେଲେ ଏଯାଏ ପରିବାର ଲୋକଙ୍କ ପାଖରେ ପହଞ୍ଚି ପାରିନି ମୃତଦେହ। ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଵାଂଶଡା ଥାନା ପଞ୍ଚୁଟିକ୍ରି ପଞ୍ଚାୟତ କାଦୁଆନାସି ଗାଁର ଦିବାକର ମହାଳିକଙ୍କ ପୁଅ ଭାସ୍କର ମହାଳିକ। ଭାସ୍କର ଜଣେ ଦିବ୍ୟାଙ୍ଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Accident
ନିଆଁ ପୋଇଁ ହେଉଥିଲେ ବୃଦ୍ଧ; ଦଳିଦେଲା ଦନ୍ତା
ଗତକାଲି ବିଳମ୍ବିତ ରାତିରେ ଘର ବାହାରେ ନିଆଁ ଲଗାଇ ସେକି ହେଉଥିଲେ ସୋତୋ।
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।