Advertisment

ଭୋକ ଦେଖାଇଦେଲା ମୃତ୍ୟୁର ଦ୍ୱାର !

ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଗାଁର ଭେଣ୍ଡିଆ ପୁଅ ଆଉ ନାହାନ୍ତି।

Advertisment

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କାହା ଆଖିରୁ ସୁଖୁନି ଲୁହ। ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। କାରଣ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଗାଁର ଭେଣ୍ଡିଆ ପୁଅ ଆଉ ନାହାନ୍ତି। ହାଇଦ୍ରାବାଦରେ କାମ କରୁଥିବା ବେଳେ ତିନି ମହଲା ଛାତରୁ ଖସି ତାଙ୍କର ଜୀବନ ଯାଇଛି। ହେଲେ ଏଯାଏ ପରିବାର ଲୋକଙ୍କ ପାଖରେ ପହଞ୍ଚି ପାରିନି ମୃତଦେହ। ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଵାଂଶଡା ଥାନା ପଞ୍ଚୁଟିକ୍ରି ପଞ୍ଚାୟତ କାଦୁଆନାସି ଗାଁର ଦିବାକର ମହାଳିକଙ୍କ ପୁଅ ଭାସ୍କର ମହାଳିକ। ଭାସ୍କର ଜଣେ ଦିବ୍ୟାଙ୍ଗ।

Advertisment
Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe