Advertisment

ଓଲଟି ପଡ଼ିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ମିନି ବସ୍

ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Mini Bus

Mini Bus

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖୁଣ୍ଟେଶ୍ୱରୀ ପାହାଡ଼ ଉପରେ ଆଜି ଏକ ମିନି ବସ୍ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୩ ଜଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ ଆହତମାନେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର। ସେମାନେ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିଲେ। ସେମାନେ ବ୍ରହ୍ମପୁରରୁ ଏକ ମିନି ବସ୍‌ରେ ଯାଉଥିବା ବେଳେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରି ପାହାଡ଼ ତଳକୁ ଖସୁଥିବା ବେଳେ ମିନି ବସ୍‌ର ବ୍ରେକ୍‌ ନଧରିବାରୁ ତାହା ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା। 

ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାରେ ଭର୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିନି ବସ୍‌ ଡ୍ରାଇଭରଙ୍କ ସମେତ ୬ ଜଣ ଆହତଙ୍କ ଚିକିତ୍ସା ସୋରଡ଼ା ଡାକ୍ତରଖାନାରେ ଚାଲିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ଭଞ୍ଜନଗରରୁ ରାଜେଶ ପଣ୍ଡାଙ୍କ ରିପୋର୍ଟ

Accident Road Accident