/odisha-reporter/media/media_files/2026/02/07/accident-2026-02-07-16-55-04.jpg)
କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ଥାନା ଅନ୍ତର୍ଗତ ରାଇକିଆ ଛକ ଚାଉଳ ଗୋଦାମ ନିକଟ ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।
୨ ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ତାଙ୍କ ନାଁ ପ୍ରଶାନ୍ତ ପାତ୍ର। ତାଙ୍କ ଘର ରାଇକିଆ ଥାନା ମଣ୍ଡାକିଆରେ। ଖବର ଲେଖାଯିବା ସୁଦ୍ଧ ଅନ୍ୟ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ।
ଖବର ପାଇ କ.ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଗାଡ଼ିଗୁଡ଼ିକୁ ଜବତ କରିଛି। ଏହା ସହିତ ଘଟଣାର ତଦନ୍ତ କରୁଛି ପୁଲିସ।
ସେହିପରି ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ୍ ଥାନା ମହିତଳା ଛକରେ କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଉଛନ୍ତି କଣିହାଁର ଦଣ୍ଡସିହା ଗାଁର ବୁଲୁ ପରିଡ଼ା ଓ ନତଡ଼ା ଗାଁର ବିପିନ ସାହୁ। ସେମାନେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀରେ କାମ ସାରି ଘରକୁ ଫେରିବା ସମୟରେ ମହିତଳା ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ବୁଲୁ ପରିଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ବିପିନ ସାହୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
