Advertisment

ବିବାହ ଉତ୍ସବରୁ ଫେରୁଥିଲେ ଦମ୍ପତି, ପିଟିଦେଲା ମିନି ଟ୍ରକ୍‌

ଉଭୟ ସ୍ଵାଧୀନ ଓ ଶଶି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବରଗଡ଼ ଜିଲ୍ଲା ଭେଡେନ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ନିଜ ଘର ଅଭିମୁଖେ ବାହାରିଥିଲେ।

Accident

Accident

Advertisment

ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଖୁସି ମନରେ ଘରକୁ ଫେରୁଥିଲେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ। ଘରେ ପହଞ୍ଚିବା ପୂର୍ବରୁ ବାଇକ୍‌କୁ ପିଟିଲ ମିନି ଟ୍ରକ୍‌। ଏହି ଦୁର୍ଘଟଣାରେ ସ୍ୱାମୀ ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି।

Advertisment

ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବେଲପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା କରଡ଼ି ଗାଁର ସ୍ଵାଧୀନ ସାହୁ (୬୩) ଓ ତାଙ୍କ ସ୍ତ୍ରୀ ଶଶି ସାହୁ (୫୦) ।

ଉଭୟ ସ୍ଵାଧୀନ ଓ ଶଶି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବରଗଡ଼ ଜିଲ୍ଲା ଭେଡେନ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ନିଜ ଘର ଅଭିମୁଖେ ବାହାରିଥିଲେ।  ମାତ୍ର ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବେଲପଡ଼ା ଛକ ନିକଟରେ ଏକ ମିନିଟ୍ରକ ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଉଭୟ ଦମ୍ପତି ଗାଡ଼ିରୁ ଛିଟିକି ପଡ଼ିଥିଲେ।

Advertisment

ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଵାମୀ ସ୍ତ୍ରୀକୁ ଉଦ୍ଧାର କରି ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି I ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ଵାମୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳି ନ ଥିବା ଜଣାଯାଇଛି।

Road Accident Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe