Advertisment

ବାପାମା’ଙ୍କ ଆଖି ଆଗରେ ଅଘଟଣ; ଛୁଆ ଉପରେ ଚଢ଼ିଗଲା ଟ୍ରକ୍‌

ବାପାମା’ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ପାଖପଡ଼ୋଶୀ କ୍ଷତିପୂରଣ ଦାବିରେ ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାଜପଥ ଅବରୋଧ କରିଥିଲେ।

ଅଦ୍ୟତନ ହୋଇଛି
Road Block

Road Block

Advertisment

ବାପାମା’ଙ୍କ ଆଖି ଆଗରେ ଘଟିଗଲା ଅଘଟଣ । ଉଜୁଡ଼ିଗଲା ସଂସାର। ୫ ବର୍ଷର ପୁଅ ଘର ନିକଟ ରାସ୍ତା ପାର ହେଉଥିବା ବେଳେ ମାଡ଼ିଦେଲା ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ଛୁଆଟିର ଜୀବନ । ବାପାମା’ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ପାଖପଡ଼ୋଶୀ କ୍ଷତିପୂରଣ ଦାବିରେ ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାଜପଥ ଅବରୋଧ କରିଥିଲେ। ଏପରି ଏକ ଅଘଟଣ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଦେଓଭରଣ୍ଡି ଗ୍ରାମ ନିକଟରେ ଘଟିଛି।

Advertisment

ମୃତ ନାବାଳକଜଣକ ହେଲେ ୫ ବର୍ଷୀୟ ଗୌରବ । ଗୌରବ ଛତିଶଗଡ଼ ବାସିନ୍ଦା। ସେ ନିଜ ବାପାମା’ଙ୍କ ସହ ଏକ ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଦେଓଭରଣ୍ଡି ଗ୍ରାମକୁ ଆସିଥିଲେ।

ଦେଓଭରଣ୍ଡି ଗ୍ରାମ ନିକଟରେ ଜାତୀୟ ରାଜପଥ ଯାଇଥିବା ବେଳେ ଆଜି ସକାଳେ ଗୌରବ ନିଜେ ରାସ୍ତା ଅତିକ୍ରମ କରୁଥିଲେ। ଉକ୍ତ ସମୟରେ ତାଙ୍କ ବାପାମା’ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ।

Advertisment

ମାତ୍ର ହଠାତ୍‌ ଏକ ଟ୍ରକ୍‌ ଦ୍ରୁତ ଗତିରେ ମାଡ଼ି ଆସି ଗୌରବଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାପାମା’ଙ୍କ ଆଖି ଆଗରେ ଆଖି ବୁଜିଥିଲେ ଗୌରବ ।

ଏହାଦେଖି ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଅଟକାଇବା ସହ ଉମରକୋଟ-ରାୟପୁର ରାଜ୍ୟ ରାଜ ପଥକୁ ଅବରୋଧ କରିବା ସହ କ୍ଷତି ପୂରଣ ଦାବି କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।

ସକାଳ ପ୍ରାୟ ୮ଟାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ଖବର ପାଇ ରାଇଘର ପୁଲିସ୍‌ , ପ୍ରଶାସନିକ ଅଧିକାରୀ ପ୍ରମୁଖ ପହଞ୍ଚିଥିଲେ। ବହୁ ଆଲୋଚନା ପରେ ତହସିଲଦାର ମୃତକଙ୍କ ପରିବାରବର୍ଗଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାପରେ ଦିନ ପ୍ରାୟ ୧୧ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

ରାଇଘର ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଗିରଫ କରିଛି।

Road Accident Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe