Advertisment

ରାତି ଅଧରେ ଟ୍ରାକ୍‌ରେ ଥିଲେ ନାବାଳକ, ପିଟିଦେଲା ଟ୍ରେନ୍‌

ନାବାଳକଜଣକ ଟ୍ରାକ୍‌ରେ ଥିବା ବେଳେ ଟ୍ରେନ୍‌ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ନାବାଳକଜଣକ ଛିଟିକି ଗୁରୁତର ହୋଇ ପଡ଼ିଥିଲେ।

Train

Train

Advertisment

ମାଲ୍‌ବାହୀ ଟ୍ରେନ ଧକ୍କାରେ ଆଖି ବୁଜିଲେ ନାବାଳକ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟରେ ଘଟିଛି। ମୃତ ନାବାଳକଙ୍କ ପରିଚୟ ମିଳି ପାରିନି।

Advertisment

ଗତ କାଲି ରାତି ପ୍ରାୟ ୪ଟା ସମୟରେ ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟ ଟ୍ରେନ ଲାଇନରେ ଟ୍ରେନ୍‌ ଗତି କରୁଥିଲା। ଉକ୍ତ ସମୟରେ ନାବାଳକଜଣକ ଟ୍ରାକ୍‌ରେ ଥିବା ବେଳେ ଟ୍ରେନ୍‌ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ନାବାଳକଜଣକ ଛିଟିକି ଗୁରୁତର ହୋଇ ପଡ଼ିଥିଲେ।

ଲକ୍ଷ୍ମୀପୁର ଷ୍ଟେସନ୍ ମାଷ୍ଟରଙ୍କ ନିକଟରୁ ଖବର ପାଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ତେବେ ନାବାଳକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେ ରାତିରେ ଟ୍ରେନ୍‌ ଲାଇନ୍‌ରେ କ’ଣ କରୁଥିଲେ ତାହା ସ୍ପଷ୍ଟ ହୋଇ ପାରିନି। ଲକ୍ଷ୍ମୀପୁର ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Deadbody Train Accident Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe