Advertisment

ଘରୁ ଖେଳିବାକୁ ବାହାରିଥିଲେ ନାବାଳକ, ପୋଖରୀରୁ ମିଳିଲା ମୃତଦେହ

ପରିବାର ଲୋକେ ରାତି ସାରା ବହୁ ଖୋଜାଖୋଜି କରି ବି ପୁଅର ସନ୍ଧାନ ପାଇ ନ ଥିଲେ। ମାତ୍ର ଆଜି ସକାଳୁ...

author-image
Niharika Rout
Drown

Drown

ସନ୍ଧ୍ୟାରେ ଖେଳିବାକୁ ଘରୁ ବାହାରିଥିଲେ। ମାତ୍ର ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ରାତି ସାରା ବହୁ ଖୋଜାଖୋଜି କରି ବି ପୁଅର ସନ୍ଧାନ ପାଇ ନ ଥିଲେ। ଆଜି ନାବାଳକ ପୁଅର ମୃତଦେହ ପୋଖରୀରୁ ଉଦ୍ଧାର ହେବା ପରେ ଛାତି ଫଟାଇ କାନ୍ଦୁଛନ୍ତି ପରିବାର ଲୋକେ।

Advertisment

ଏପରି ଏକ ଦୁଃଖଦ ଘଟଣା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୁକ୍ତାପୁର ନୂଆ ସାହି ଗ୍ରାମରେ ଘଟିଛି। ମୃତକ ହେଲେ ୮ ବର୍ଷୀୟ ସୂର୍ଯ୍ୟକାନ୍ତ ବେହେରା । ସେ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ।

ଗତ ସନ୍ଧ୍ୟାରେ ଖେଳିବାକୁ ଯାଉଛି କହି ସୂର୍ଯ୍ୟକାନ୍ତ ଘରୁ ପଳାଇଥିଲେ। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଗତ ରାତିରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ସୂର୍ଯ୍ୟକାନ୍ତଙ୍କ ଘର ପାଖାପାଖି ପୋଖରୀରେ ଖୋଜାଖୋଜି କରିଥିଲେ। ମାତ୍ର କୌଣସି ସନ୍ଧାନ ପାଇ ପାରି ନ ଥିଲେ ।

Advertisment

ଆଜି ସକାଳୁ ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବୃନ୍ଦାବନବିହାରୀ ପୁର ପୋଖରୀରେ ଲୋକେ ନାବାଳକର ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଅର ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Drown Case Deadbody Nayagarh