Advertisment

୩ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ; ଏବେ ପୁଅ ଚାଲିଗଲା

ଗତ ତିନିବର୍ଷ ତଳେ ଆୟୁଷଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Drown

Drown

୩ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିଲେ। ଏବେ ପୁଅ ବି ଚାଲିଗଲା। କାହା ପାଇଁ ବଞ୍ଚିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ଜଣେ ମହିଳା। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁରେ।

Advertisment

ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇ ମହିଳାଙ୍କ ନାବାଳକ ପୁଅର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ଆୟୁଷ ମଳିକ।

ଆଜି ଆୟୁଷ ସାଙ୍ଗମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। କିଛି ଯୁବକ ଆୟୁଷଙ୍କୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆୟୁଷଙ୍କ ମୃତ ଖବର ଶୁଣି ତାଙ୍କ ମା’ ଭାଙ୍ଗି ପଡ଼ିଛନ୍ତି। ଗତ ତିନିବର୍ଷ ତଳେ ଆୟୁଷଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଛନ୍ତି ଜିତେନ୍ଦ୍ରଙ୍କ ସ୍ତ୍ରୀ।

Ganjam Drowning