Advertisment

ଦେଓଝର ଜଳପ୍ରପାତରେ ବୁଡ଼ିଗଲେ ନାବାଳକ

ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ।

Water Fall

Water Fall

Advertisment

କଟକ ଜିଲ୍ଲା ନରସିଂହପୁର ବ୍ଲକ ଓଲବ ପଞ୍ଚାୟତ ଅଧୀନ ଦେଓଝର ଜଳପ୍ରପାତରେ ବୁଡ଼ି ଯାଇଛନ୍ତି ଜଣେ ନାବାଳକ। ତାଙ୍କ ନାଁ ଆୟୁଷ ସ୍ୱାଇଁ (୧୫)।ତାଙ୍କ ଘର ଭୁବନେଶ୍ୱରର ବାଙ୍କୁଆଳରେ। 

Advertisment

ଆଜି ଆୟୁଷଙ୍କ ପରିବାର ଓ ଆଉ କିଛି ପରିବାର ଦେଓଝର ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ସେଠାରେ ଗାଧୋଇଥିଲେ। ଗାଧୋଇବା ବେଳେ ଆୟୁଷ ହଠାତ୍ ବୁଡ଼ି ଯାଇଥିଲେ। 

ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜା ଖୋଜି କରାଯିବା ସତ୍ତ୍ୱେ ଆୟୁଷଙ୍କର ପତ୍ତା ମିଳିପାରି ନାହିଁ। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି।ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ- ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe