ସାଙ୍ଗଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ଛାତ୍ର, ଖସିଗଲା ଗୋଡ଼

ସାଙ୍ଗଙ୍କ ସହ ହସଖୁସିରେ ଗାଧୋଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର। ମାତ୍ର ହଠାତ୍‌ ଖସିଗଲା ଗୋଡ଼ ଓ ପାଣିର ସୁଅରେ ଭାସିଗଲେ ଛାତ୍ର।

ନିଖୋଜ ଛାତ୍ର ।

  • Published: Friday, 25 October 2024
  • , Updated: 25 October 2024, 11:31 AM IST

ସାଙ୍ଗଙ୍କ ସହ ହସଖୁସିରେ ଗାଧୋଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର। ମାତ୍ର ହଠାତ୍‌ ଖସିଗଲା ଗୋଡ଼ ଓ ପାଣିର ସୁଅରେ ଭାସିଗଲେ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗଡ଼ସାହିବାଲିଆପାଳ ପଞ୍ଚାୟତରେ ଘଟିଛି। ଭାସି ଯାଇଥିବା ନାବାଳକଜଣକ ହେଲେ ।ମନୋରଞ୍ଜନ ଦାସଙ୍କ ୧୫ ବର୍ଷୀୟ ପୁଅ ସାହିଲ ଦାସ ।

ଗତକାଲି ଅପରାହ୍ନ ସମୟରେ ସାହିଲ ନିଜର ଦୁଇ ସାଙ୍ଗଙ୍କ ସହ ଗାଧୋଇବାକୁ ସୁବର୍ଣ୍ଣରେଖା ନନୀକୁ ଯାଇଥିଲେ। ଦୀର୍ଘ ସମୟ ପରେ ଅନ୍ୟ ଦୁଇ ଜଣ ଫେରିଥିବା ବେଳେ ସାହିଲ ଦାସ କିନ୍ତୁ ଫେରି ନ ଥିଲେ ।

ଏନେଇ ସ୍ଥାନୀୟ ସରପଞ୍ଚ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ମାତ୍ର ଦମକଳ ବାହିନୀ କର୍ମଚାରୀ ପହଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀରେ ଜାଲ ପକେଇ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ସାହିଲଙ୍କ ପତ୍ତା ପାଇ ପାରି ନଥିଲେ । ଏହାପରେ ଆଜି ସକାଳେ ଅଗ୍ନିଶମ କର୍ମଚାରୀ ସୁବର୍ଣ୍ଣରେଖା ନଦୀରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ରିପୋର୍ଟ ଲେଖା ହେବା ବେଳକୁ ସାହିଲଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

Related story