Advertisment

ଦାଦାଙ୍କ ଦଶାହ ଦିନ ପୁତୁରାଙ୍କ ମୃତ୍ୟୁ

ବହୁ ଖୋଜାଖୋଜି ପରେ ଆୟୁଷ୍ମାନଙ୍କୁ ଗୁରୁତର ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hospital

Hospital

Advertisment

ସମ୍ପର୍କୀୟ ଦାଦାଙ୍କ ଦଶାହରେ ପୋଖରୀରେ ବୁଡ଼ି ଚାଲିଗଲା ପୁତୁରାର ଜୀବନ। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗାଁରେ।

Advertisment

ମୃତ ନାବାଳକଙ୍କ ନାଁ ଆୟୁଷ୍ମାନ ଜେନା। ତାଙ୍କ ଘର ସେହି ସାନମଙ୍ଗ ଗାଁରେ। ତାଙ୍କ ବାପାଙ୍କ ନାମ ରବି ନାରାୟଣ ଜେନା।

ସମ୍ପର୍କୀୟ ଦାଦାଙ୍କର ଆଜି ଦଶ କର୍ମ ଅନୁଷ୍ଠିତ ହେଉଥିବା ବେଳେ ଆୟୁଷ୍ମାନ ତାଙ୍କ ବଡ଼ ବାପା ଓ ଦାଦାଙ୍କ ସହିତ ଶୁଦ୍ଧି ହେବା ପାଇଁ ଯାଇଥିଲେ। ପୋଖରୀରେ ସାଙ୍ଗମାନଙ୍କ ସହିତ ମିଶି ଗାଧୋଉ ଥିବା ବେଳେ ସେ ବୁଡ଼ି ଯାଇଥିଲେ।

Advertisment

ବହୁ ଖୋଜାଖୋଜି ପରେ ଆୟୁଷ୍ମାନଙ୍କୁ ଗୁରୁତର ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe