Advertisment

ଆଇନ୍‌ ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକେ

ସିକରପାଇ ଗାଁରେ ଭଲିବାଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଏଥିରେ ଅତିଥିଭାବେ ଯୋଗଦେବାକୁ ଯାଇଥିଲେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା। ସେଠାରୁ ଫେରିବା ବେଳେ ବେଲକଣା ଛକଠାରେ ଜଣେ ନାବାଳକକୁ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଗାଡ଼ି।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ଦୁର୍ଘଟଣା ପରେ ଅମାନବିକତା ଦେଖାଇ ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ମନ୍ତ୍ରୀଙ୍କୁ ମାଡ଼ି ବସିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ସିକରପାଇ ଗାଁରେ ଭଲିବାଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଏଥିରେ ଅତିଥିଭାବେ ଯୋଗଦେବା ପାଇଁ ଯାଇଥିଲେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା। ସେଠାରୁ ଫେରିବା ବେଳେ ବେଲକଣା ଛକଠାରେ ଜଣେ ନାବାଳକକୁ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଗାଡ଼ି। ଦୁର୍ଘଟଣା ପରେ ମନ୍ତ୍ରୀ ମହାଶୟ ସାମାନ୍ୟତମ ମଣିଷ ପଣିଆ ଦେଖାଇଲେ ନାହିଁ। ନାବାଳକକୁ ଧକ୍କା ଦେଇ ମନ୍ତ୍ରୀଙ୍କ ଗାଡ଼ି ଦ୍ରୁତ ଗତିରେ ପଳାଇ ଯିବାକୁ ଚେଷ୍ଟା କରୁଥିଲେ।

ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଗାଡ଼ିକୁ ପିଛା କରିଥିଲେ। ପ୍ରାୟ ଦେଢ ଶହ ମିଟର ଦୂରରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ। ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମନ୍ତ୍ରୀ ନାବାଳକଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି।

Advertisment

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

BjD Accident Rayagada