Advertisment

ରାଜଧାନୀ ଭୁବନେଶ୍ୱରରେ ଡ୍ରେନ୍‌ରେ ଭାସିଗଲା ନାବାଳକ

ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଆଜି ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା। ସେତିକି ବେଳେ କିଛି ବେଲୁନ୍‌ ମୁକୁଳା ଡ୍ରେନରେ ଭାସି ଭାସି ଯାଉଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Child

Child

ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସିଗଲା ପିଲା। ବେଲୁନ୍‌ ଆଣିବା ପାଇଁ ଯାଇଥିବା ବେଳେ ଡ୍ରେନ୍‌ରେ ଭାସିଗଲା ୧୧ ବର୍ଷର ଏସ୍‌କେ ରାଜେଶ୍‌। ପ୍ରାୟ ଘଣ୍ଟାଏ ପରେ ନାବାଳକକୁ ଉଦ୍ଧାର କରାଯାଇଛି। ଡ୍ରେନ୍‌ର ଓଷ୍କାର ସିଟି ପାଖରୁ ନାବାଳକକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ କିଛି ଜଣାପଡ଼ିନି। 

Advertisment

ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଆଜି ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା। ସେତିକି ବେଳେ କିଛି ବେଲୁନ୍‌ ମୁକୁଳା ଡ୍ରେନରେ ଭାସି ଭାସି ଯାଉଥିଲା। ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌କୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ୍‌। କିନ୍ତୁ ତାଙ୍କ ସାଥୀମାନେ ବର୍ତ୍ତି ଯାଇଥିଲେ। ସେମାନେ ଚିତ୍କାର କରିବାରୁ ସାହି ଲୋକେ ଉଦ୍ଧାର ପାଇଁ ଡ୍ରେନ୍‌ ଭିତରେ ପଶିଥିଲେ। ଭାସି ଯାଇଥିବା ପିଲାର ବୟସ ୧୦ରୁ ୧୧ ବର୍ଷ ହେବ।

ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଓଷ୍କାର ସିଟି ପାଖରେ ଥିବା ଡ୍ରେନ୍‌ ପାର୍ଶ୍ୱରୁ ଏସ୍‌କେ ରାଜେଶ୍‌ ଉଦ୍ଧାର କରାଯାଇଥିଲା। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ତାହା ଜଣାପଡ଼ି ନାହିଁ। 

Advertisment
Bhubaneswar Bhubaneswar News