ଚୁଲି ପାଖରେ ନିଆଁ ପୁଉଁଥିଲେ ନାବାଳିକା, ଜଳିଗଲେ

ଚୁଲି ନିଆଁରେ କବଳିତ ହେବା ପରେ ୨ ଦିନ ଛଟପଟ ହୋଇ ଶେଷରେ ନାବାଳିକାଜଣକ ଆଖି ବୁଜିଛନ୍ତି।

Fire

Representational Image

Niharika Rout
  • Published: Thursday, 07 December 2023
  • Updated: 07 December 2023, 12:11 PM IST

ମା’ ଚୁଲିରେ ରୋଷେଇ କରି ସାରିବା ପରେ କୁନି ଝିଅଟି ଖୁସି ମନରେ ଚୁଲି ପାଖରେ ବସିଥିଲା। ଥଣ୍ଡା ରାତିରେ ନିଆଁ ପୁଉଁଥିଲା। ହେଲେ ଝିଅଟିର ଖୁସି ସଙ୍ଗେସଙ୍ଗେ ଚିତ୍କାରରେ ପରିଣତ ହୋଇଗଲା। ଚୁଲି ନିଆଁରେ କବଳିତ ହେବା ପରେ ୨ ଦିନ ଛଟପଟ ହୋଇ ଶେଷରେ ନାବାଳିକାଜଣକ ଆଖି ବୁଜିଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମରବନ୍ଧ ପଂଚାୟତ ମିଙ୍ଗୁନିପଦର ଗାଁ'ରେ ଘଟିଛି। ମୃତା ନାବାଳିକାଜଣକ ହେଲେ ଲଷ୍ମୀପ୍ରିୟା କହଁର ଓ ତାଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି।

ଗତ ମଙ୍ଗଳବାର ରାତିରେ ଲଷ୍ମୀପ୍ରିୟାଙ୍କ ମା’ ଚୁଲିରେ ରୋଷେଇ ସାରିବା ପରେ ନାବାଳିକା ଜଣକ ସେହି ଚୁଲି ପାଖରେ ବସି ନିଆଁ ପୁଉଁଥିଲେ। ଏହି ସମୟରେ ଦୁର୍ଭାଗ୍ୟ ବଶତଃ ଲଷ୍ମୀପ୍ରିୟା ପିନ୍ଧିଥିବା ଡ୍ରେସରେ ଚୁଲି ନିଆଁ ଲାଗିଯାଇଥିଲା ଏବଂ ହୁତୁହୁତୁ ହୋଇ ଜଳିଥିଲା ।

ଫଳରେ ନାବାଳିକାଜଣକ ଜୋରରେ ଚିତ୍କାର କରିବାରୁ ତା’ ବାପାମା’ ପହଞ୍ଚି ନିଆଁକୁ କାବୁ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ପିଲାଟିକୁ ତୁରନ୍ତ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଛି। ଏ ବାବଦରେ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story