Advertisment

ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ବ୍ରହ୍ମପୁରରେ ଯାଞ୍ଚ ବେଳେ ଉଭୟଙ୍କୁ ସାପ କାମୁଡ଼ିଥିବା ଡାକ୍ତର ସ୍ପଷ୍ଟ କରିଥିଲେ।

Dead

Dead

Advertisment

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସିଙ୍ଗଶ୍ଵର ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ଭାଇଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ନାବାଳିକାଙ୍କ ନାଁ ରୂପାଲି ବାରିକ (୧୦)। ତାଙ୍କ ଭାଇଙ୍କ ନାଁ ଆୟୁଷ ବାରିକ (୮)। 

Advertisment

ଗତକାଲି ରାତିରେ ଗାଁର ଚକ୍ରଧର ବାରିକ, ତାଙ୍କ ସ୍ତ୍ରୀ, ଝିଅ ରୂପାଲି ଓ ପୁଅ ଆୟୁଷ ଖାଇପିଇ ଶୋଇଥିଲେ। ଚକ୍ରଧରଙ୍କ ସ୍ତ୍ରୀ ଓ ପିଲାମାନେ ତଳେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ରୂପାଲି ଓ ଆୟୁଷଙ୍କୁ ସାପ କାମୁଡ଼ି ଥିଲା। ତେବେ ଶୋଇଥିବା ହେତୁ ସେମାନଙ୍କୁ ସାପ କାମୁଡ଼ିଥିବା ନେଇ କେହି ଜାଣି ପାରି ନଥିଲେ।

ଭଲ ନ ଲାଗିବାରୁ ଭୋର ପ୍ରାୟ ୪ଟା ବେଳେ ରୂପାଲି ଉଠିଥିଲେ। ତାଙ୍କ ପେଟ କାଟୁଛି ବୋଲି କହିଥିଲେ ଓ ଉଷୁମ ପାଣି ପିଇବାକୁ ମାଗିଥିଲେ। ପାଟି ଭଲ ଲାଗୁନି କହି ବ୍ରଶ୍ ମଧ୍ୟ କରିଥିଲେ। ତା’ପରେ ବସିଥିବା ବେଳେ ହଠାତ୍ ତଳେ ପଡ଼ିଗଲେ। ସେତେବେଳେ ରୂପାଲିଙ୍କ ପରିବାର ଲୋକେ ତାଙ୍କ ହାତରେ ଏକ ଦାଗ ଦେଖି ସାପ କାମୁଡ଼ିଥିବା ସନ୍ଦେହ କରିଥିଲେ। ସେହିଭଳି ପୁଅ ଆୟୁଷଙ୍କୁ ମଧ୍ୟ ସାପ କାମୁଡ଼ି ଥିବା ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ତୁରନ୍ତ ସେମାନେ ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ କିଛି ଆନୁଷଙ୍ଗିକ ସୁବିଧା ନଥିବାରୁ ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଥିଲେ। 

Advertisment

ବ୍ରହ୍ମପୁରରେ ଯାଞ୍ଚ ବେଳେ ଉଭୟଙ୍କୁ ସାପ କାମୁଡ଼ିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୂପାଲିଙ୍କର ମୃତ୍ୟୁ ଘଟିଥିଲା। ଆୟୁଷଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ରୂପାଲିଙ୍କ ମୃତ୍ୟୁ ପରେ ତାଙ୍କ ବାପାମା’ ତାଙ୍କ ଚକ୍ଷୁ ଦାନ କରିଛନ୍ତି। 

Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe