Advertisment

ମଉସା ସହ ବୁଲି ବାହାରିଥିଲା କୁନି ଝିଅ, ଚଢ଼ିଗଲା ହାଇୱା

ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍‌ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍‌କୁ ଏକ ହାଇୱା ଧକ୍କା ଦେଇଥିଲା।

author-image
Niharika Rout
Accident

Accident

କଟକରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଜ ମଉସାଙ୍କ ସହ ଯାଉଥିବା ଜଣେ କୁନି ଝିଅ ଉପରେ ଚଢ଼ିଗଲା ହାଇୱା। ଏହି ଦୁର୍ଘଟଣା ଯୋବ୍ରା ବ୍ୟାରେଜ ନିକଟରେ ଘଟିଛି।

Advertisment

ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍‌ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍‌କୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ ପଡ଼ି ଯାଇଥିବା ବେଳେ କୁନି ଝିଅଟି ଉପରେ ମାଡ଼ି ଯାଇଛି ହାଇୱା। ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ମଉସା ଗୁରୁତର ହୋଇ ପଡ଼ିଛନ୍ତି। ତାଙ୍କୁ ତୁରନ୍ତ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମାଲଗୋଦାମ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ ରଖିଛି।

Advertisment
Accident Cuttack