Advertisment

ବଜ୍ରପାତରେ ବଡ଼ ଭଉଣୀର ମୃତ୍ୟୁ, ସାନ ଗୁରୁତର

ମୃତ ନାବାଳିକା ଜଣଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ସାନ ଭଉଣୀ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Lightning Strike

Lightning Strike

ବେଶ୍ ହସଖୁସରେ ସ୍କୁଲରୁ ସାଙ୍ଗ ହୋଇ ଫେରିଲେ। ପୋଷାକ ବଦଳାଇ ଘର ବାହାରକୁ ଆସିବା ମାତ୍ରେ ବଜ୍ରପାତ ହେବାରୁ ବଡ଼ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଗୁରୁତର ଆହତ ହୋଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତର ଶାନ୍ତିନଗର ଗାଁରେ।

Advertisment

ମୃତାହତମାନେ ହେଉଛନ୍ତି ଗାଁର କଷ୍ଟୁ ଦେହୁରୀଙ୍କ ଝିଅ। ବଜ୍ରପାତରେ ପ୍ରାଣ ହରାଇଥିବା ତାଙ୍କ ବଡ଼ ଝିଅର ନାଁ ସାବିତ୍ରୀ ଦେହୁରୀ (୧୧)। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ସାନ ଝିଅ ଶ୍ରାବଣୀଙ୍କୁ ୧୦ ବର୍ଷ ହୋଇଛି। ସେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। 

ବଜ୍ରପାତରେ ଆହତ ଶ୍ରାବଣୀଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିଭଳି ସାବିତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖାଯାଇଛି।  

Advertisment
Lightning Death